oom

ଭାରତ ସରକାରଙ୍କ ଅଗ୍ନିପଥ ଯୋଜନାରେ ଅଗ୍ନିବୀର ଭାବେ ଯୁବକ ଯୁବତୀ ସାମିଲ୍‌ ହେବାକୁ ଆହ୍ୱାନ କଲା ବଲାଙ୍ଗିର ଜିଲ୍ଲା ଅବସରପ୍ରାପ୍ତ ସୈନିକ ସଂଘ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତ ସରକାରଙ୍କ ଅଗ୍ନିପଥ ଯୋଜନାରେ ଅଗ୍ନିବୀର ଭାବେ ଯୁବକ ଯୁବତୀ ସାମିଲ୍‌ ହେବାକୁ ଆହ୍ୱାନ କରିଛି ବଲାଙ୍ଗିର ଜିଲ୍ଲା ଅବସରପ୍ରାପ୍ତ ସୈନିକ ସଂଘ । ଆଜି ବଲାଙ୍ଗିର ଜିଲ୍ଲା ଅବସରପ୍ରାପ୍ତ ସୈନିକ ସଂଘ ତରଫରୁ ଲାଲଟିକ୍ରା ସ୍ଥିତ କାର୍ୟ୍ୟାଳୟରେ ଭାରତ ସରକାରଙ୍କ ଯୋଜନା ଅଗ୍ନିପଥ ଏବଂ ଅଗ୍ନିବୀର ସଂପର୍କରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ସଂଘର ସମ୍ପାଦକ ପ୍ରତାପ ଚନ୍ଦ୍ର ରଥ ସମ୍ବାଦିକ ମାନଙ୍କୁ ସ୍ୱାଗତ କରିବା ସଙ୍ଗେ ସଙ୍ଗେ ସଂଘର ସମସ୍ତ ସଦସ୍ୟଙ୍କୁ ମଧ୍ୟ ସ୍ୱାଗତ କରିଥିଲେ । ସଂଘର ସମ୍ପାଦକ ଶ୍ରୀ ରଥ ଅଗ୍ନିପଥ ଯୋଜନା ଆଜିର ଯୁବପିଢ଼ୀଙ୍କ ପାଇଁ ଏବଂ ସୁବର୍ଣ୍ଣ ସୁଯୋଗ, ଏଣୁ ଯୁବପିଢ଼ୀ ଏହି ସୁଯୋଗକୁ ହାତ ଛଡ଼ା ନକରି ଭାରତ ମା’ର ସେବା ପାଇଁ ଆଗେଇ ଆସନ୍ତୁ ବୋଲି ମତବ୍ୟକ୍ତ କରିଥିଲେ । ଶ୍ରୀ ରଥ ସଂଘର ସମସ୍ୟା ଉପରେ ଜିଳ୍ଲା ପ୍ରଶାସନ ତଥା ନିର୍ବାଚିତ ପ୍ରତିନିଧି ସହଯୋଗ କଲେ ଆଗାମୀ ଦିନରେ ସଂଘ ବଲାଙ୍ଗିରର ଉନ୍ନତି ଓ ପ୍ରଗତିରେ ସାମିଲ ହୋଇ ଯୁବପିଢ଼ୀଙ୍କ ପାଇଁ ଏକ ଉତ୍ସାହପ୍ରଦ ବାର୍ତ୍ତାବହ ହେବ ବୋଲି କହିଥିଲେ । ସଂଘ କାର୍ୟ୍ୟାଳୟ ପରିସରରେ ଯଦି ରହିବା ଉପଯୋଗୀ ଗୃହ ନିର୍ମାଣ କରାଯାଏ ତେବେ ଗ୍ରାମଞ୍ଚଳରୁ ଆସୁଥିବା ଶତାଧିକ ପୂର୍ବତନ ସୈନିକ ଏବଂ ସହିଦ ପରିବାର ବଲାଙ୍ଗିର ମୁଖ୍ୟ ଚିକିତ୍ସାଳୟରେ ସ୍ୱାସ୍ଥ୍ୟସେବା ପାଇ ପାରିବେ, ଏହାଫଳରେ ସୈନିକ ଜୀବନ ଧନ୍ୟ ହେବ ବୋଲି ଶ୍ରୀ ରଥ କହିଥିଲେ । ସଂଘର ସଭାପତି ବିଭୂତି ଭୂଷଣ ପାଣିଗ୍ରାହୀ ଏବଂ ସଦସ୍ୟ ବିଜନ କୁମାର ପଣ୍ଡା ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଗ୍ରାମଞ୍ଚଳ ଏବଂ ସହରାଂଚଳରେ ଅନେକ ଶିକ୍ଷିତ ଯୁବକ ଯୁବତୀ ଅଛନ୍ତି, ଯେଉଁମାନେ ଚାକିରି ପାଇଁ ଆଜି ପର୍ୟ୍ୟନ୍ତ ତାଙ୍କ ସଂଗ୍ରାମ ଜାରି ରଖିଛନ୍ତି । ଭାରତ ସରକାରଙ୍କ ଏହି ଯୋଜନାରେ ସାମିିଲ ହୋଇ ଭାରତୀୟ ଜଳ, ସ୍ଥଳ ଓ ଆକାଶ ସେନାରେ ନିଜକୁ ସାମିଲ କରି ଦେଶ ମାତୃକାର ସେବାରେ ନିଜକୁ ବ୍ରତୀ କରନ୍ତୁ ବୋଲି ମତବ୍ୟକ୍ତ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଅବସରପ୍ରାପ୍ତ ସୈନିକ ସଂଘର କୋଷାଧ୍ୟକ୍ଷ ଘାସିରାମ ବେହେରା, ସଦସ୍ୟ ବିବେକ ଭୋଇ, ମହେନ୍ଦ୍ର ପଣ୍ଡା, ପ୍ରମୋଦ ବାବୁ, କୃଷ୍ଣଚନ୍ଦ୍ର ପଟେଲ, ଶମ୍ଭୁ ପ୍ରସାଦ ବିଶ୍ୱାଳ, ସୁଶିଲ ପଟେଲ, ମନୋଜ ପ୍ରଧାନ, ରାଜେନ୍ଦ୍ର ଶବର, ବିଶ୍ୱଭୂଷଣ ଭୋଇ, କେଦାର ନାଥ ନାମଦେବ, ନୀଳମଣି ହାତୀ, ଜିତେନ୍ଦ୍ର ସାହୁ, ଗୋପାଳ ମିଶ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.