ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତକାଲି ବାଲେଶ୍ଵର ଜିଲ୍ଲାର ନୀଳଗିରିଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସାହିତ୍ୟ ଉତ୍ସବରେ ବରଗଡ଼ ଜିଲ୍ଲାର ସୁସାହିତ୍ୟିକ ତଥା ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକଙ୍କୁ ନେସନାଲ ପ୍ରୋଗ୍ରେସ ଗ୍ରୁପ ଦ୍ବାରା ‘ପଶ୍ଚିମାଞ୍ଚଳର ସାହିତ୍ୟ ଜ୍ୟୋତି’ ସମ୍ମାନରେ ସମ୍ମାନୀତ କରାଯାଇଛି । ଶ୍ରୀ ବେହେରାଙ୍କ ଅନୁପସ୍ଥିତିରେ ମାଟିଲଗ୍ନା ସଭାପତି କିଶୋର ଚନ୍ଦ୍ର ପ୍ରଧାନ, ମୁଖ୍ୟଅତିଥି ମାନ୍ୟବର କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଓ ମୁଖ୍ୟବକ୍ତା ବିଧାୟକ, ଧାମନଗର ବିଷ୍ଣୁ ଚରଣ ସେଠୀଙ୍କ ଠାରୁ ମାନପତ୍ର ଗ୍ରହଣ କରିଥିଲେ । ମାଟିଲଗ୍ନା ସାହିତ୍ୟ ସଂସଦ ଓଡ଼ିଶାର ରାଜ୍ୟ ସଂଯୋଜକ ତଥା ମାନସିଂହ ସାହିତ୍ୟ ସଂସଦ, ନନ୍ଦଳାର ଉପଦେଷ୍ଟା ଭାବରେ ବେହେରା ସାରା ରାଜ୍ୟରେ ବେଶ ଜଣାଶୁଣା । ପୂର୍ବରୁ ପ୍ରେମାନନ୍ଦ ବେହେରା, ନିରବଚ୍ଛିନ୍ନ ସାହିତ୍ୟ ସାଧନା ପାଇଁ ବରଗଡ଼ ଜିଲ୍ଲାରୁ ଦୟାନିଧି ମିଶ୍ର ସ୍ମୃତି ସାହିତ୍ୟ ସମ୍ମାନ, ମାଲକାନଗିରି ଜିଲାରୁ ମାଲ୍ୟବନ୍ତଶ୍ରୀ ସମ୍ମାନ, କୋରାପୁଟ ଜିଲ୍ଲାରୁ ମାଟିଲଗ୍ନାଶ୍ରୀ ସମ୍ମାନ, ପୁରୀ ଜିଲ୍ଲାରୁ ମାନସିଂହ ସ୍ମୃତି ସମ୍ମାନ, ଗଞ୍ଜାମ ଜିଲ୍ଲାରୁ ଉପେନ୍ଦ୍ର ଭଞ୍ଜ ସ୍ମୃତି ସମ୍ମାନ ଆଦି ବହୁ ସମ୍ମାନରେ ସମ୍ମାନୀତ ହୋଇସାରିଛନ୍ତି । ଏହା ଅଞ୍ଚଳ ପାଇଁ ଗୌରବର ବିଷୟ ।