- ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଓ ସାରସ୍ୱତ ସମାରୋହ
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଇତିହାସ ପ୍ରସିଦ୍ଧ ଘୋରଡ଼ିଆ ଦୟଣାଚୋରି କୁଞ୍ଜ ମେଳଣ ମହୋତ୍ସବ ଅବସରରେ ଓଡିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ୱର, ମେକ୍ଇନ ଇଣ୍ଡିଆ ଆଣ୍ଡ ମିଡ଼ିଆ ପରିବାର ଓ ଜଳନ୍ଧର ସ୍ମୁତି ସାହିତ୍ୟ ପ୍ରତିଷ୍ଠାନ, ଘୋରଡ଼ିଆ ଆନୁକୂଲ୍ୟରେ ୧୧ତମ ବାର୍ଷିକ ଦୟଣାଚୋରି ସାହିତ୍ୟ ଆସର -୨୦୨୬, ଦୟଣାଚୋରି ମେଳଣ ମହୋତ୍ସବ ମଞ୍ଚରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ଦିଲ୍ଲୀପ କୁମାର ଧାଉଡ଼ିଆଙ୍କ ପୌରହିତ୍ୟରେ ଆୟୋଜିତ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଓ ସାରସ୍ୱତ ସମାରୋହ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସୁସାହିତ୍ୟକ, ଗବେଷକ, ବାସ୍ତୁ ତଥା ଜ୍ୟୋତିଷ ବିଶାରଦ ଡ. ଦେବୀ ପ୍ରସାଦ ମହାପାତ୍ର, ମୁଖ୍ୟବକ୍ତା ରୂପେ ସମାଜସେବୀ ତଥା ବିଭାଗୀୟ ଅଧିକାରୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ସମ୍ମାନିତ ଅତିଥି ଭାବେ ବରିଷ୍ଠ ଶିଶୁ ସାହିତ୍ୟିକ ତଥା ନାଟ୍ୟକାର ଡକ୍ଟର ହେମନ୍ତ କୁମାର ଛୋଟରାୟ, ବରିଷ୍ଠ ସାମ୍ବାଦିକ ତଥା କବି ପ୍ରସନ୍ନ କୁମାର ତ୍ରିପାଠୀ, ଯୁବ ସମାଜସେବୀ ତଥା ସଭାପତି ଦୟାଣାଚୋରି ମେଳଣ କମିଟି ଶଶି ଶେଖର ରାୟ, ବରିଷ୍ଠ ଶିକ୍ଷାବିତ, କବି ତଥା ସମ୍ପାଦକ ମାଟିରମହକ ମାନସ ରଞ୍ଜନ ପଟ୍ଟନାୟକ, ରାଧାମୋହନ ଦେବ ମଠ ସଭାପତି ପ୍ରଲାଦ ବଳିୟାର ସିଂହ, କବି ବିପିନି ବିହାରୀ ଦଳେଇ, ପ୍ରମୁଖ ଯୋଗଦେଇ କବି କବୟିତ୍ରୀମାନଙ୍କୁ ଉତ୍ସାହିତ କରିବା ସହିତ ଦୟଣାଚୋରି ଯାତ୍ରାର ଐତ୍ୟହ, ପରମ୍ପରା ଓ କଳା ସଂସ୍କୃତି, ଭାଷା ସାହିତ୍ୟ ଉପରେ ଆଲୋକପାତ କରିଥିଲେ । ଏହି ଆସରରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶତାଧିକ କବି କବୟିତ୍ରୀ ଯୋଗଦେଇଥିଲେ । କବି ରୋହିତ ଚମ୍ପତ୍ତି, ପ୍ରଭାସ ଚନ୍ଦ୍ର ମହାପାତ୍ର, ଦୂତ୍ତିକୃଷ୍ଣ ମହାନ୍ତି, ହରିହର ବଳବନ୍ତ ରାୟ , ଶରତ ରାଉତ, ଶ୍ରୀମାନ ଗବା, ଅଧିକାରୀ ସ୍ୱାଇଁ, କବୟିତ୍ରୀ ସରୋଜିନୀ ଜେନା, ଲକ୍ଷ୍ମୀପ୍ରିୟା ଦାଶ ବେଣୁଧର ବେହେରା, କବୟିତ୍ରୀ ଜ୍ୟୋସ୍ନାମୟୀ ସ୍ୱାଇଁ, ମଲ୍ଲୀକା ସିଂହ, ପ୍ରମିଳା ପଟ୍ଟନାୟକ, ମିଲିନା ସାହୁ, ହୃଷିକେଶ ପାଢ଼ୀ ଲିଙ୍ଗରାଜ ମହାପାତ୍ର, ଡ. ନୀଳାଦ୍ରି ଜଗଦେବ, ବିକ୍ରମ ଚମ୍ପତ୍ତି ସତ୍ୟବାଦୀ ସାହୁ, ନମିତା ସ୍ୱାଇଁ ପ୍ରମୁଖ ଯୋଗଦେଇ ସ୍ୱରଚିତ କବିତା ଆବୃତ୍ତି କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ, ସମସ୍ତ କବି କବୟିତ୍ରୀଙ୍କୁ ଅନୁଷ୍ଠାନ ପକ୍ଷରୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ, ପରେ ବନ୍ଦେ ଉତ୍କଳ ଜନନୀ ଗାନ, ସ୍ୱାଗତ ସଙ୍ଗୀତ, ଦେଶାତ୍ମକ ସଙ୍ଗୀତ, ସମ୍ବଲପୁରୀ ଓ ନୃତ୍ୟ ଗୀତ କୁନିକୁନି ପିଲାଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନିୟ ଅବଦାନ ପାଇଁ ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ମଞ୍ଚ ପରିଚାଳନା ଓ କବିତା ସଂଯୋଜନା କରିଥିଲେ ବରିଷ୍ଠ କବି ତଥା ଉପଦେଷ୍ଟା ରମେଶ ଚନ୍ଦ୍ର ସ୍ୱାଇଁ କାର୍ଯ୍ୟକ୍ରମର ସଫଳତା ପାଇଁ ଶେଷରେ ଟ୍ରଷ୍ଟି ଗୀତାରାଣୀ ରଣଜିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।