ସାହିତ୍ୟ ଏକାଡେମୀ ତରଫରୁ ହିନ୍ଦୀ ପଖୱାଡ଼ା ଆରମ୍ଭ

କୋଲକାତା, (କେପିଏନ୍‌ଏସ୍‌) : କେନ୍ଦ୍ର ସାହିତ୍ୟ ଏକାଡେମୀର କୋଲକାତା ଆଞ୍ଚଳିକ କାର୍ଯ୍ୟାଳୟ ତରଫରୁ ହିନ୍ଦୀ ପଖୱାଡ଼ା ପାଳନ ଉଦ୍‌ଘାଟିତ ହୋଇଯାଇଛି । କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ୧୭ରୁ ୩୦ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ କୋଲକାତା କାର୍ଯ୍ୟାଳୟର କାର୍ଯ୍ୟକ୍ରମରେ ଉଦ୍‌ଘାଟନୀ ଉଦ୍‌ବୋଧନ ପ୍ରଦାନ କରିଥିଲେ ଭାରପ୍ରାପ୍ତ ଅଧିକାରୀ କ୍ଷେତ୍ରବାସୀ ନାଏକ । ସେ ହିନ୍ଦୀ ଦିବସ ଏବଂ ହିନ୍ଦୀ ପଖୱାଡ଼ା ପାଳନର ଗୁରୁତ୍ୱ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟାଳୟ ତରଫରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ସମ୍ପର୍କରେ ସେ ସୂଚନା ଦେଇଥିଲେ । ଏହାପରେ ଏକାଡେମୀର କର୍ମଚାରୀଙ୍କମାନଙ୍କ ମଧ୍ୟରେ ହିନ୍ଦୀ ନିବନ୍ଧ, ଅନୁବାଦ ଏବଂ ଶୃତିଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ଆସନ୍ତା ୨୩ ତାରିଖରେ ପୁରସ୍କାର ପ୍ରଦାନ କରାଯିବ । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏକାଡେମୀର ପ୍ରୋଗ୍ରାମ ଅଫିସର ଅଭିଷେକ ରଥ ।

Leave A Reply

Your email address will not be published.