ଛତ୍ରପୁର ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ଆଲୋଚନାଚକ୍ର ଉଦ୍‌ଯାପିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ଆଲୋଚନାଚକ୍ର ଉଦ୍‌ଯାପିତ ହୋଇଯାଇଛି । ଛତ୍ରପୁରସ୍ଥ ଜିଲ୍ଲା ସଂସ୍କୃତି ଭବନରେ ଆୟୋଜିତ “ନୂଆ-ଓ” ଓଡ଼ିଆ ସାହିତ୍ୟ ଓ ଶ୍ରୀ ଜଗନ୍ନାଥ ସଂସ୍କୃତି ସମ୍ପର୍କିତ ଆଲୋଚନାଚକ୍ରରେ ଗଞ୍ଜାମ ମହାବିଦ୍ୟାଳୟର ପ୍ରାଧ୍ୟାପକ ଡ. ଲକ୍ଷ୍ମୀନାରାୟଣ ପଣ୍ଡା, ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ଡ. ଇମତିହାନ୍ ଶାହା, ଅଧ୍ୟାପିକା କବିତା ସାହୁ, ଡ଼ିଗ୍ରୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ସୁମିତା ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ । ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି, ବିଶ୍ଵ ବ୍ରହ୍ମାଣ୍ଡର ଠାକୁର । ସାରା ଓଡ଼ିଶାର ଓଡ଼ିଆଙ୍କର ଆରାଧ୍ୟ ଦେବତା । ଆମ ଓଡ଼ିଆ ଭାରି ବଢ଼ିଆ, ଆମ ଓଡ଼ିଶା ସଂସ୍କୃତି, ଆମ ଚିତ୍ରକଳା, ଚାରୁ-କଳା ଆମ କୀର୍ତ୍ତିରାଜ, ଓଡିଶୀନୃତ୍ୟ ବିଶ୍ଵ ଦରବାରରେ ଏକ ନିଆରା ସଂସ୍କୃତି ଭାବେ ପରିଚୟ ସୃଷ୍ଟି କରିଛି । ସର୍ବୋପରି ଆମ ଭାଷା, ଆମ ସାହିତ୍ୟ, ଆମ ଚଳଣି ମହାନ ବୋଲି ବକ୍ତାମାନେ ମତପ୍ରକାଶ କରିଛନ୍ତି । ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଅଧ୍ୟାପିକା ଡ. ଯାଜ୍ଞସେନୀ ପାଣିଗ୍ରାହୀ, ଡ. ସୁଜତା ବେହେରା, ଅଧ୍ୟାପିକା ଦୀପ୍ତି ନନ୍ଦ, ଅଧ୍ୟାପିକା ମିସ୍ ଅଞ୍ଜଳି ସେଠୀ, କଲେଜ ସହକର୍ମୀ ସନ୍ତୋଷ ବିଷୋୟୀ, ଗୀତାଞ୍ଜଳି ସମନ୍ତରାୟ, ଏମ୍. ଜନାର୍ଦ୍ଧନ ରେଡ୍ଡୀ, ପି. ନାଗାମ୍ମା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.