ଚାଇବାସା : ସାରଣ୍ଡାର ଘନ ଜଙ୍ଗଲରେ ନକ୍ସଲଙ୍କ ଦ୍ୱାରା ଆଇଇଡି ବିସ୍ଫୋଟ ଘଟଣାରେ ଆହତ ସିଆର୍ପିଏଫ୍ ହେଡ୍ କନଷ୍ଟେବଳ ମହେନ୍ଦ୍ର ଲସ୍କର ଶନିବାର ସକାଳେ ଚିକିତ୍ସାଧିନ ଅବସ୍ଥାରେ ଶହୀଦ୍ ହୋଇ ଯାଇଛନ୍ତି । ତାଙ୍କର ଶହୀଦ୍ ହୋଇଥିବା ସୂଚନା ସିଆର୍ପିଏଫ୍ ୬୦ ବାଟାଲିଅନ୍ କମାଣ୍ଡେଣ୍ଟ ଅମ୍ବୁଜ ମୁଥାଲଙ୍କ ଦ୍ୱାରା ନିଶ୍ଚିତ କରାଯାଇଛି । ଶୁକ୍ରବାର ସନ୍ଧ୍ୟାରେ ନକ୍ସଲଙ୍କ ଦ୍ୱାରା ଦୁଇଟି ଧାରାବାହିକ ବିସ୍ଫୋଟ କରାଯାଇଥିଲା, ଯେଉଁଥିରେ ଏଏସ୍ଆଇ ରାମକୃଷ୍ଣ ଗାଗରାଇ ଓ ହେଡ୍ କନଷ୍ଟେବଳ ମହେନ୍ଦ୍ର ଲସ୍କର ଗୁରୁତର ଭାବେ ଆହତ ହୋଇଥିଲେ । ରାମକୃଷ୍ଣ ଗାଗରାଇ, ଖରସାୱା ନିର୍ବାଚିତ ବିଧାୟକ ଦଶରଥ ଗାଗରାଇଙ୍କ ଭାଇ ବୋଲି ଜଣାପଡିଛି । ଏହି ଘଟଣାରୁ ସମ୍ପୂର୍ଣ୍ଣ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସୁରକ୍ଷା ବଳମାନେ ସର୍ଚ୍ଚ ଅଭିଯାନ ତୀବ୍ର କରିଛନ୍ତି ଓ ନକ୍ସଲଙ୍କୁ ଧରିବାକୁ ଚେଷ୍ଟା କରୁଛନ୍ତି । ଶହୀଦ ମହେନ୍ଦ୍ର ଲସ୍କରଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ସୁରକ୍ଷା ବଳ ଓ ସ୍ଥାନୀୟ ପ୍ରଶାସନ ବିଶେଷ ସମାରୋହର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଅନ୍ୟ ପଟେ ଆହତ ହୋଇଥିବା ଆଉ ଦୁଇ ଜଣ ଯବାନ ମାନଙ୍କ ଚିକିତ୍ସା ରାଉରକେଲା ଆପୋଲୋ ହସ୍ପିଟାଲରେ ଚାଲିଥିବା ବେଳେ ତାଙ୍କୁ ଉତ୍ତମ ଚିକିତ୍ସା ସେବା ଦେବାପାଇଁ ଦିଲ୍ଲୀ ଏମ୍ସ୍କୁ ଏୟାର ଲିପ୍ଟିଂ କରାଯିବ ବୋଲି ସୂଚନା ମିଳିଛି ।
Next Post