ଥାନା ଅଧିକାରଙ୍କ ମହାନତା : ମାନସିକ ବିକୃତ ବ୍ୟକ୍ତିଙ୍କୁ କଲେ ସହାୟତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଥାନା ଅଧିକାରଙ୍କ ମହାନତା । ରାସ୍ତାକଡରେ ଜଣେ ମାନସିକ ବିକୃତ ବ୍ୟକ୍ତିଙ୍କୁ କଲେ ସହାୟତା । ସୂଚନା ଅନୁସାରେ ରାସ୍ତାରେ ଯାଉଥିବା ବେଳେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ଥାନା ଅଧିକାରୀ ବୀରବର ଭଗତଙ୍କ ନଜର ପଡ଼ିଥିଲା ଜଣେ ମାନସିକ ବିକୃତ ଲୋକଙ୍କ ଉପରେ । ତୁରନ୍ତ ସେଠାରେ ଅଟକି ସେ ଲୋକଟିକୁ ନିଜ ସାଥୀରେ ଥାନାକୁ ନେଇଆସିଲେ । ଅପରିଷ୍କାର ଦିଶୁଥିବା ଲୋକଟିର ଦାଢ଼ି ଚୁଟି କାଟି ନିଜେ ସାବୁନ ଲଗାଇ ଗାଧୋଇ ଦେଇ ପୋଛି ପାଛି ଦେଇଥିଲେ । ଥାନା ଅଧିକାରୀ ଶ୍ରୀ ଭଗତଙ୍କୁ ଏହି କାମରେ ସାହାଯ୍ୟ କରିଥିଲେ ପୋଲିସ ଅଫିସର ମନୋଜ ପ୍ରଧାନ, ଏଏସ୍‌ଆଇ ସୁରୁ ଧରୁଆ, କନେଷ୍ଟବଳ ବାବୁଲାଲ ସ୍ୱାଇଁ, ନିତ୍ୟାନନ୍ଦ ସେଠ୍, ହୋମଗାର୍ଡ ଲୋକନାଥ କୁମ୍ଭାର, ବିପ୍ର ଭୋଇ, ସାମାଜିକ କର୍ମୀ ମନୋଜ ଦାସ, ନରସିଂହ କଲେତ୍, ଦୁର୍ଯ୍ୟୋଧନ ସାହୁ । ଥାନା ଅଧିକାରୀ ତାଙ୍କୁ ନୂଆ ଡ୍ରେସ୍ କିଣି ପିନ୍ଧେଇ ଦେଇ ନିଜ ହାତରେ ଖୁଆଇ ଦେଇଥିଲେ । ଡାକ୍ତର ଯଶୋବନ୍ତ ମେହେର ଏବଂ ଫାର୍ମାସିଷ୍ଟ ଶିବାନନ୍ଦ ପ୍ରଧାନ ତାଙ୍କ ପ୍ରାଥମିକ ଚିକିତ୍ସା କରିଥିବା ବେଳେ ଥାନାରେ ଉପସ୍ଥିତ ଥିବା ଲୋକେ ଥାନା ଅଧିକାରୀଙ୍କ ଏଭଳି କାମକୁ ଦେଖି ଖୁବ୍ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.