ପାର୍ବତୀ ଗିରି ବାଳ ନିକେତନର ଅନ୍ତେବାସୀଙ୍କ ପଲ୍ଲୀଶ୍ରୀ ମେଳା ପରିଦର୍ଶନ ପାଇଁ ବଲାଙ୍ଗିର ସିଆର୍ପିଏଫ୍ ପକ୍ଷରୁ ସହାୟତା
ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ ପଥରଚେପା ପାର୍ବତୀ ଗିରି ବାଳ ନିକେତନର ଅନ୍ତେବାସୀଙ୍କ ପଲ୍ଲୀଶ୍ରୀ ମେଳା ପରିଦର୍ଶନ ପାଇଁ ବଲାଙ୍ଗିର ୧୮୯ ବାଟାଲିଅନ୍ ସିଆର୍ପିଏଫ୍ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି । କମାଣ୍ଡେଣ୍ଟ ପୱନ କୁମାର ତିୱାରୀ ତଥା ସିଆର୍ପିଏଫ୍ର ଅନ୍ୟ ଅଧିକାରୀ ଓ ଯବାନମାନେ ଉପସ୍ଥିତ ରହି ପାର୍ବତୀ ଗିରି ବାଳ ନିକେତନର ଅନ୍ତେବାସୀଙ୍କୁ ଶୀତଳଷଷ୍ଠୀ ଅବସରରେ ପଲ୍ଲୀଶ୍ରୀ ମେଳା ପରିଦର୍ଶନ ପାଇଁ ଗାଡ଼ି ବ୍ୟବସ୍ଥା କରିବା ସହ ସେମାନଙ୍କୁ ଶୁଭେଚ୍ଛା ପ୍ରଦାନ କରିଛନ୍ତି । ଆଗାମୀ ସମୟରେ ଆବଶ୍ୟକତା ଅନୁସାରେ ସିଆର୍ପିଏଫ୍ ପକ୍ଷରୁ ପାର୍ବତୀ ଗିରି ବାଳ ନିକେତନର ଅନ୍ତେବାସୀଙ୍କୁ ସହାଯ୍ୟ ସହଯୋଗ ପ୍ରଦାନ କରାଯିବ ବୋଲି କମାଣ୍ଡେଣ୍ଟ ଶ୍ରୀ ତିୱାରୀ ମତ ଦେଇଛନ୍ତି । ଏହି ଅବସରରେ ପି.କେ ସାହୁ ୨-ଆଇ/ସି (ଏଡିଏମ୍), ବିନୋଦ କୁମାର ଟେଣ୍ଡଣ୍ଟଡିସି (ଏଡିଜେ) ଏବଂ ଏସ୍ଏମ୍ ବଳରାମ ପାତ୍ର ମଧ୍ୟ ଉପସ୍ଥିତ ଥିଲେ । ବାଳ ନିକେତନର ପିଲାମାନଙ୍କୁ ଦୁର୍ଗାପୂଜା, ଭୀମଡୁଙ୍ଗୁରୀ ପ୍ରଦର୍ଶନ, ରଥଯାତ୍ରା ଏବଂ ପିଲାମାନଙ୍କ ପିକ୍ନିକ୍ର ବ୍ୟବସ୍ଥା ସମୟରେ ଏହିପରି ସୁବିଧା ପ୍ରଦାନ କରାଯାଇ ଆସୁଛି ।