ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅର୍ନ୍ତଗତ କଲ୍ୟାଣପୁର ପଂଚାୟତ ନୁଆହାଟ ଗ୍ରାମର ରଞ୍ଜନ ବଳିଆରସିଂହ(୫୨) ବ୍ରେନ ଟ୍ୟୁମର୍ ରୋଗରେ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଥିବା ଏବଂ ଚିକିତ୍ସାରେ ଅର୍ଥ ସାଜିଛି ବାଧକ ଘଟଣାକୁ ପିପିଲି ଟୁଇଟର କ୍ଲବ, ସମାଜସେବୀ ଓ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିଲା । ଓଡିଶାର ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ, ପୁରୀ ଜିଲ୍ଲାପାଳ, ଡେଲାଙ୍ଗ ବିଡିଓ ଏବଂ ତହସିଲଦାରଙ୍କୁ ଟୁଇଟର ମାଧ୍ୟମରେ ସହାୟତା ଯୋଗାଇ ଦେବା ପାଇଁ ନିବେଦନ କରାଯାଇଥିଲା । ଆଜି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦ୍ଦେଶକ୍ରମେ ଡେଲାଙ୍ଗ ତହସିଲଦାର ମହେନ୍ଦ୍ର କୁମାର ବଢେଇ ନୁଆହାଟ ଗ୍ରାମରେ ପଂହଚି ବ୍ରେନ୍ ଟ୍ୟୁମର୍ରେ ପିଡିତ ରଞ୍ଜନଙ୍କ ଚିକିତ୍ସା ପାଇଁ ତାଙ୍କ ଧର୍ମପତ୍ନୀ ସଂଯୁକ୍ତା ବଳିଆରସିଂହଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୧୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି । ଏହି ସହାୟତା ପ୍ରଦାନ ସମୟରେ ତହସିଲଦାରଙ୍କ ସମେତ ଡେଲାଙ୍ଗ ଥାନା ଅଧିକାରୀ ରଶ୍ମୀ ରଞ୍ଜନ ପଟ୍ଟନାୟକ, ସମାଜସେବୀ ଅଜିତ ରାୟ ପ୍ରମୁଖ ଉପସ୍ଥିତ ଥିଲେ ।