
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘର ଜର୍ଣ୍ଣାଲିଷ୍ଟ ୱେଲ୍ଫେୟାର ଟ୍ରଷ୍ଟ ପକ୍ଷରୁ ଗ୍ରହଣ କରାଯାଇଥିବା ସମ୍ବାଦିକ ସ୍ୱାସ୍ଥ୍ୟ ସେବା ଦିଗରେ ସହାୟତାର ହାତ ବଢ଼ାଇଛି ବାସୁ ଫାଉଣ୍ଡେସନ୍ । ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବାସୁ ଫାଉଣ୍ଡେସନ୍ ପକ୍ଷରୁ ଆଜି ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘର ଜର୍ଣ୍ଣାଲିଷ୍ଟ ୱେଲ୍ଫେୟାର ଟ୍ରଷ୍ଟକୁ ୨ଟି ଅକ୍ସିଜେନ୍ କନ୍ସେନ୍ଟ୍ରେଟର ସହ ୫୦୦ମାକ୍ସ, ୨ଟି ଥର୍ମାଲ ଗନ୍ ଓ ଅକ୍ସିମିଟର ପ୍ରଦାନ କରାଯାଇଛି । ସ୍ଥାନୀୟ ସାମ୍ବାଦିକ ଭବନଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବାସୁ ଫାଉଣ୍ଡେସନର ନିର୍ଦ୍ଦେଶକ ପ୍ରଶାନ୍ତ ପ୍ରଧାନ ଯୋଗଦାନ କରି କରୋନା ମହାମାରୀ କାଳରେ ଆଗଧାଡିର କରୋନା ଯୋଦ୍ଧା ସାମ୍ବଦିକମାନଙ୍କ ଜୀବନ ରକ୍ଷା କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ କରିଛନ୍ତି । ବାସୁ ଫାଉଣ୍ଡେସନ ତରଫରୁ ସମାଜର ବିଭିନ୍ନ ବର୍ଗର ସ୍ୱାସ୍ଥ୍ୟ ସେବା ଦିଗରେ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି । ସେହିକ୍ରମରେ ଆଜି ବଲାଙ୍ଗିର ଜିଲ୍ଲା ସମ୍ବାଦିକ ସଂଘକୁ ବାସୁ ଫାଉଣ୍ଡେସନ ପକ୍ଷରୁ ବିଭିନ୍ନ କରୋନା ଚିକିତ୍ସା ସାମଗ୍ରୀ ପ୍ରଦାନ କରାଯାଇଛି ବୋଲିି କହିଛନ୍ତି । ଅନ୍ୟପକ୍ଷରେ ଜିଲ୍ଲାର ସମ୍ବାଦିକମାନଙ୍କ ସୁରକ୍ଷା ଦିଗରେ ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ମଧ୍ୟ ଅନେକ ବଳିଷ୍ଠ ପଦକ୍ଷେପ ଗ୍ରହଣ କରାଯାଉଛିି । ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘର ଜର୍ଣ୍ଣାଲିଷ୍ଟ ୱେଲ୍ଫେୟାର ଟ୍ରଷ୍ଟ ପ୍ରତିଷ୍ଠା କରାଯାଇ କାର୍ଯ୍ୟରତ ସମ୍ବାଦିକ ମାନଙ୍କୁ ସହାୟତା ପାଇଁ ବିଭିନ୍ନ ସଂଗଠନର ସହଯୋଗ ନିଆଯାଉଛି । ଜିଲ୍ଲା ସଂଘର ଅନୁରୋଧ କ୍ରମେ ଆଜି ବାସୁ ଫାଉଣ୍ଡେସନ ସାମ୍ବାଦିକମାନଙ୍କ ସହଯୋଗ ପାଇଁ ଆଗେଇ ଆସିଛି । ସେହିପରି କିଛି ଦିନ ତଳେ ଲଳିତ ନାୟକ ସ୍ମୃତି କମିଟି ପକ୍ଷରୁ ଜର୍ଣ୍ଣାଲିଷ୍ଟ ୱେଲ୍ଫେୟାର ଟ୍ରଷ୍ଟକୁ ୨୧ ହଜାର ଟଙ୍କାର ସହେଯାଗ ରାଶି ପ୍ରଦାନ କରିଛି । ଆଗାମୀ ଦିନରେ ବିଭିନ୍ନ ସଂଗଠନର ସହେଯାଗ କ୍ରମେ ସ୍ୱାସ୍ଥ୍ୟ କ୍ଷେତ୍ରରେ ସମ୍ବାଦିକ ସଂଘକୁ ଆତ୍ମନିର୍ଭର କରାଯିବ ବୋଲି ସଂଘର ସଭାପତି ଶ୍ରୀ ପୁଜାରୀ ନିଜ ବକ୍ତବ୍ୟରେ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସଭାପତି ଶ୍ରୀ ପୁଜାରୀଙ୍କ ସହିତ ବାସୁ ଫାଉଣ୍ଡେସନର ନିର୍ଦ୍ଦେଶକ ପ୍ରଶାନ୍ତ ପ୍ରଧାନ, ପ୍ରତିଷ୍ଠାତା ସଦସ୍ୟ ସତ୍ୟନାରାୟଣ ବେହେରା, ସାଧାରଣ ସମ୍ପାଦକ ବଳରାମ ମିଶ୍ର, ଉପସଭାପତି ଆନନ୍ଦ ଚନ୍ଦ୍ର ସାହୁ ଓ ସାଙ୍ଗଠାନିକ ସମ୍ପାଦକ ଶରତ ଚନ୍ଦ୍ର ମିଶ୍ର ସମ୍ମିଳନୀରେ ମଂଚାସୀନ ଥିବାବେଳେ ବାସୁ ଫାଉଣ୍ଡେସନର ପ୍ରତ୍ୟୁଶ ପଣ୍ଡା ଓ ସମ୍ବାଦିକ ୱେଲ୍ଫେଆର ଟ୍ରଷ୍ଟର ଅଧ୍ୟକ୍ଷ ସତ୍ୟସୁନ୍ଦର ଭଞ୍ଜ ଭର୍ଚୁଏଲ ମାଧ୍ୟମରେ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ନବୀନ ପଶାୟତ, ସୁଧୀର ମିଶ୍ର, ଗୋପାଲ ପଧାନ, ଶରତ ମହାକୁର, ସନ୍ଦିପ କୁମାର କୁଅଁର, ମୁକେଶ ବହିଦାର, ଅଭିଳାଶ ହୋତା, ବିଭୁକଲ୍ୟାଣ ଗଡତ୍ୟା, ରାଜୀବ ଷଢ଼ଙ୍ଗୀ, ସେକ୍ ମହମ୍ମଦ ୱାହିଦ, ଦେବାଶିଷ ମିଶ୍ର, ମହେନ୍ଦ୍ର ପ୍ରଧାନ, ବାରଣ ଭୁୟାଁ, ନୁତନ ମିଶ୍ର, ସଚି ବଗର୍ତ୍ତୀ, ନିରୋଜ ମିଶ୍ର, ଚିତ୍ତରଂଜନ ସାହୁ, ଗୁପ୍ତେଷର ପୃଷ୍ଟି, ସୁଶାନ୍ତ ଠାକୁର, ଚିତ୍ରସେନ ବେହେରା ପ୍ରମୁଖ ସମ୍ମିଳନୀରେ ଯୋଗଦାନ କରିଥିଲେ । ଶେଷରେ ଉପସଭାପତି ଶ୍ରୀ ସାହୁ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।
