୨ ମେଧାବୀ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା କଲେ ବେଲପଡ଼ା ସରପଞ୍ଚ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡା ପଂଚାୟତ କାର୍ଯ୍ୟାଳୟଠାରେ ୨ ମେଧାବୀ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା କରିଛନ୍ତି ବେଲପଡା ପଂଚାୟତର ସରପଞ୍ଚ । ଆୟୋଜିତ କାର୍ଯ୍ୟକ୍ରମରେ ବେଲପଡା ପଂଚାୟତ ସରପଂଚ ଖରତ ବାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆର୍ଥିକ ସହାୟତା କରିଛନ୍ତି । ବେଲପଡା ପଂଚାୟତ ଖୁଜେନବାହାଲ ଗାଁର ହିମାଂଚଲ ପୋଡ ଓ ବେଲପଡା ଗାଁର ଛାତ୍ରୀ ରୁବି ଜାଲଙ୍କୁ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ମାର୍କ ରଖିଥିବାରୁ ତାଙ୍କୁ ସମ୍ବର୍ଦ୍ଧନା କରାଯାଇଛି । ଏହି ଭଳି ସହାୟତାର ହାତ ବଢାଇଥିବାରୁ ବିଭିନ୍ନ ମହଲରେ ତାଙ୍କୁ ପ୍ରଶଂସା କରାଯାଉଛି ।

Leave A Reply

Your email address will not be published.