ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ପୋଲିସ ଜିଲ୍ଲା ଅର୍ନ୍ତଗତ ଗୋଳନ୍ଥରା ଥାନା ପକ୍ଷରୁ ଜଣେ ଦୁର୍ଦ୍ଧାନ୍ତ ଅପରାଧୀଙ୍କୁ ଗତାକାଲି ଏନକାଉଣ୍ଟର କରାଯାଇଛି । ଏନକାଉଣ୍ଟରରେ ସୁନୀଲର ଲେଫ୍ଟ ଗୋଡ଼କୁ ଗୁଳି ବାଜିଥିବା ସୂଚନା ରହିଛି । ପୋଲିସ ଏନକାଉଣ୍ଟରେ ଦୁର୍ଦ୍ଧାନ୍ତ ଅପରାଧୀ ସୁନୀଲ ନାହାକ ଆହତ ହୋଇ ବର୍ତ୍ତମାନ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଚିକିତ୍ସାଧୀନରେ ଭର୍ତ୍ତି ହୋଇଥିବା ଜଣାପଡିଛି । ଦୁର୍ଦ୍ଧାନ୍ତ ଅପରାଧୀ ଜଣକ କବିସୂର୍ଯ୍ୟନଗର ଆଇ.ବି. ରୋଡ୍ର ସୁନୀଲ ନାହାକ ଓରଫ୍ ମଲ୍ଲ ବୋଲି କୁହାଯାଏ । ଏଥିରେ ପୋଲିସର ସଫଳତା ହାସଲ ନେଇ ବିଭିନ୍ନ ମହଲରେ ପୋଲିସକୁ ସାଧୁବାଦ କରାଯାଇଛି । ପ୍ରକାଶଥାଉକି, ଗୋଳନ୍ଥରା ଥାନା ପୋଲିସ ଓ ସ୍ୱତନ୍ତ୍ର ଟିମ୍ ଚଢ଼ାଉ ବେଳେ ଦୁର୍ଦ୍ଧାନ୍ତ ଅପରାଧୀ ସୁନୀଲ ନାହାକ ପୁଲିସ ଉପରକୁ ଦୁଇ ରାଉଣ୍ଡ ଗୁଳି କରିଥିବା ଜଣାପଡ଼ିଛି । ଏଥିରେ କେହି ପୋଲିସ କର୍ମୀ ଆହତ ହୋଇନଥିବା ବେଳେ ଗୁଳି ପୋଲିସ ଭ୍ୟାନ୍ ଉପରକୁ ବାଜିଥିବା କୁହାଯାଏ । ଏହାର ପାଲଟା ଗୁଳିରେ ଅବା ପୁଲିସ ଏନକାଉଣ୍ଟରରେ ସୁନୀଲ ଆହତ ହୋଇଥିବା ଜଣାପଡିଛି । ସୁନୀଲ ନାହାକ ନାମକ ଜଣେ ଦୁର୍ଦ୍ଧାନ୍ତ ଅପରାଧୀ ନିମଖଣ୍ଡି ଥାନା ଲୁଟ୍ ଘଟଣା ସମେତ ଅନ୍ୟାନ୍ୟ ମାମଲାରେ ସମ୍ପୃକ ରହି ଫେରାରଥିଲା । ବ୍ରହ୍ମପୁର ଏସପିଙ୍କ ନିର୍ଦ୍ଦେଶ କ୍ରମେ ଥାନା ଅଧିକାରୀ ବିବେକନନ୍ଦ ଓ ତାଙ୍କ ଟିମ୍ ଦୁର୍ଦ୍ଧାନ୍ତ ଅପରାଧୀଙ୍କୁ ଏନକାଉଣ୍ଟର କରିଥିବା ଜଣାପଡ଼ିଛି । ଏବେ ପୁଲିସକୁ ଏନକାଉଣ୍ଟର ପାଇ ଅନୁମତି ମିଳିଯାଇଛି । ତେଣୁ ଅପରାଧୀମାନେ ଯଦି ସାବଡ଼ ନ ହେବେ, ତେବେ ସେମାନଙ୍କୁ ମଧ୍ୟ ପୁଲିସ ଏନକାଉଣ୍ଟର କରିବ । ବର୍ତ୍ତମାନ ପୁଲିସ ଏକ ତାଲିକା କରିଥିବା ଜଣାପଡିଛି । ସୁନୀଲ ନାହାକ ନିମଖଣ୍ଡି ଥାନା ଲୁଟ୍ ଘଟଣା ଘଟଣା ସମେତ ଅନ୍ୟାନ୍ୟ ମାମଲାରେ ସମ୍ପୃକ୍ତ ଥିବା ଜଣାଯାଇଛି । ପୋଲିସ ଏନକାଉଣ୍ଟରରେ ସୁନୀଲ ଆହତ ହୋଇ ଚିକିତ୍ସାଧୀନରେ ଅଛନ୍ତି ।
