jittmm

ସ୍ପେଶାଲ୍ ଡ୍ରାଇଭରେ ବ୍ରହ୍ମପୁର ପୋଲିସକୁ ମିଳିଛି ବଡ଼ ସଫଳତା ୬ଟି ପିସ୍ତଲ ଜବତ : ୧୨ ଜଣ ଅପରାଧି ଗିରଫ

ବ୍ରହ୍ମପୁର, (କେ ସତ୍ୟନାରାୟଣ ରେଡ୍ଡୀ) : ସ୍ପେଶାଲ୍ ଡ୍ରାଇଭରେ ବ୍ରହ୍ମପୁର ପୋଲିସକୁ ମିଳିଛି ବଡ଼ ସଫଳତା । ୧୨ ଜଣ ଅପରାଧୀଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୬ଟି ପିସ୍ତଲ ଜବତ କରିଛି ବ୍ରହ୍ମପୁର ପୋଲିସ ପ୍ରଶାସନ । ଗିରଫ ଅଭିଯୁକ୍ତମାନେ ହେଲେ ବଡ଼ ବଜାର ଥାନା ଅଞ୍ଚଳର ଭାଲୁ ସାମଲ, ଲିଙ୍ଗରାଜ ସାମଲ, ସତ୍ୟବାନ ଦାସ, କେ. ପ୍ରସାଦ ରାଓ, ସେହିପରି ସଦରଥାନା ଅଞ୍ଚଳର ମଣ୍ଟୁ ଗୌଡ଼, ରାକେଶ ପାଢ଼ୀ, ପ୍ରାର୍ଥ ଦାସ, ରଞ୍ଜନ ନାୟକ, ନିମଖଣ୍ଡି ଥାନା ଅଞ୍ଚଳର ଅଶୋକ ପାଣିଗ୍ରାହୀ, ଟୁନା ନାୟକ, ସଂଘମ ପାଣିଗ୍ରାହୀ ଓ ଦିଗପହଣ୍ଡି ଥାନା ଅଞ୍ଚଳର ଅଜିତ ସେଠୀ ଅନ୍ତର୍ଭୁକ୍ତ ଅଛନ୍ତି । ଏହି ଅଭିଯୁକ୍ତଙ୍କ ନାମରେ ବ୍ରହ୍ମପୁର ପୋଲିସ ଜିଲ୍ଲାର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି । ବ୍ରହ୍ମପୁର ପୋଲିସ ଜିଲ୍ଲାରେ ଅପରାଧୀ ମାନଙ୍କର ଆତଙ୍କରାଜ ଚାଲିଥିଲା । କଥା କଥାକେ ଫୁଟୁଥୁଲା ଗୁଳି । ଏଭଳି ସ୍ଥିତିକୁ ଦେଖି ଗତ କିଛି ଦିନ ପୂର୍ବରୁ ବ୍ରହ୍ମପୁର ପୋଲିସ ଆରମ୍ଭ କରିଥିଲା ସ୍ପେଶାଲ୍ ଡ୍ରାଇଭ୍, ଆଉ ଏହି ସ୍ପେଶାଲ୍ ଡ୍ରାଇଭରେ ବ୍ରହ୍ମପୁର ପୋଲିସ ଜିଲ୍ଲାରେ ରହିଥିବା ବଡ଼ବଜାର, ସଦର ଥାନା, ନିମଖଣ୍ଡି ଓ ଦିଗପହଣ୍ଡି ଥାନା ଅଞ୍ଚଳରେ ପୋଲିସ ପକ୍ଷରୁ ଚଢ଼ାର ହୋଇଥିଲା । ଚାରୋଟି ଥାନା ଅଞ୍ଚଳରେ ପୋଲିସ ଚଢ଼ାଇ କରି ୧୨ ଜଣ କୁଖ୍ୟାତ ଅପରାଧୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଗତ କିଛି ଦିନ ହେଲା ବ୍ରହ୍ମପୁର ପୋଲିସକୁ ବଡ଼ ସଫଳତା ହାସଲ କରିଛି । ଏହି ଅପରାଧିମାନଙ୍କ ଠାରୁ ପୋଲିସ ୬ଟି ପିସ୍ତଲ, ୧୨ଟି ଅଫୁଟା ଗୁଳି, ୫ଟି ଖଣ୍ଡା, ୭ଟି ମୋବାଇଲ ସହ ଗୋଟିଏ ଶାବଳକୁ ବ୍ରହ୍ମପୁର ପୋଲିସ ଜବତ କରିଛି । ଏହି ଅପରାଧିମାନେ ବ୍ରହ୍ମପୁର ସହ ଗଞ୍ଜାମ ପୋଲିସ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ହୋଇଥିବା ଅପରାଧିକ କାର୍ଯ୍ୟକଳାପରେ ଜଡ଼ିତ ଥିବା ବେଳେ ସମସ୍ତ ଅପରାଧିକଙ୍କ ନାମରେ ବିଭିନ୍ନ ଥାନାରେ ପୂର୍ବରୁ ମାମଲା ରହିଥିଲା । ଏହାକୁ ନେଇ ବ୍ରହ୍ମପୁର ପୋଲିସ୍ ପକ୍ଷରୁ ଦୀର୍ଘ ଦିନ ହେଲା ସର୍ଚ୍ଚ ଅପରେସନ ଜୋରଦାର ପ୍ରସ୍ତୁତି କରି ଆସି ଆଜି ଏହାକୁ ଆନୁଷ୍ଠାନିକ ଭାବେ ବ୍ରହ୍ମପୁର ପୋଲିସ ଫର୍ଦ୍ଧାଫାସ କରିଛି ।

Leave A Reply

Your email address will not be published.