ls

ବଲାଙ୍ଗିର ପୌରାଞ୍ଚଳ ସଫେଇ କର୍ମଚାରୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ରୋଗ ଚିହ୍ନଟ ଶିବିର

sb

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର କନ୍ଧପାଲିପଡ଼ା ଯାହା (ରାଜେନ୍ଦ୍ର ଯୁବକ ସଂଘ ଦ୍ୱାରା ପରିଚାଳିତ) ତରଫରୁ ବଲାଙ୍ଗିର ପୌରାଞ୍ଚଳ ସଫେଇ କର୍ମଚାରୀ ଓ ତାଙ୍କ ପରିବାର ଲୋକଙ୍କ ଅଣସଂକ୍ରାମକ ରୋଗ ଚିହ୍ନଟ ସ୍ୱାସ୍ଥ୍ୟ ଶିବିର କଲେଜ ଛକ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ଶିବିରକୁ ବଲାଙ୍ଗିର ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱମ୍ବର ମିଶ୍ର ଯୋଗଦେଇ ଉଦ୍‌ଘାଟନ କରିଥିଲେ । ମ୍ୟୁନିସିପାଲିଟି ସ୍ୱାସ୍ଥ୍ୟ ପରିଦର୍ଶକ ଦେବେଶ ରାଉତ, ସାନିଟାରୀ ଇନ୍‌ଚାର୍ଜ୍ ଭୀଷ୍ମ ସାହୁ, ଗରିମା ଇନ୍‌ଚାର୍ଜ ଈଶ୍ୱର ଦତ୍ତ ଦୀପ ସ୍ଥାନୀୟ କାଉନସିଲର ଓ ମହିଳା ଆରୋଗ୍ୟ ସମିତିର ସମସ୍ତ ସଦସ୍ୟାମାନେ ମିଶି ସମସ୍ତ କର୍ମଚାରୀଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷାରେ ସହଯୋଗ କରିଥିଲେ । ଏହି ସ୍ୱାସ୍ଥ୍ୟ ଶିବିରର ମୂଳ ଉଦ୍ଦେଶ୍ୟ ନଗରର ଜନସାଧାରଣ ପରିମଳ ବ୍ୟବସ୍ଥା ଓ ସ୍ୱାସ୍ଥ୍ୟ ରକ୍ଷା ଦିଗରେ କାମ କରୁଥିବା ସଫେଇ କର୍ମଚାରୀମାନଙ୍କ ସ୍ୱାସ୍ଥ୍ୟର ଯତ୍ନ ଓ ସେମାନଙ୍କ ଭିତରେ ଥିବା ରୋଗର ଚିହ୍ନଟ କରି ଔଷଧ ବ୍ୟବସ୍ଥା କରିବା । ଅଣସଂକ୍ରାମକ ରୋଗର ଚିହ୍ନଟ ସହ, ମାଗଣା ରକ୍ତ ପରୀକ୍ଷା, ମାଗଣା ଔଷଧ, ଜୀବନ ଶୈଳୀ ଓ ଖାଦ୍ୟପେୟ ଉପରେ ପରାମର୍ଶ ଏବଂ ମାଗଣା ଡାକ୍ତର ସେବା । ଏହି ସ୍ୱାସ୍ଥ୍ୟ ଶିବିରରେ ୨୫୦ରୁ ଅଧିକ ସଂଖ୍ୟକ ସଫେଇ କର୍ମଚାରୀ ରୋଗୀ ଚିକିତ୍ସା ଲାଭ କରିଥିଲେ । ଉକ୍ତ ସ୍ୱାସ୍ଥ୍ୟ ଶିବିରର ନିରୀକ୍ଷଣ (ଡିପିଏଚ୍‌ଓ) ଜିଲ୍ଲା ପ୍ରାଥମିକ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଦିବ୍ୟ କିଶୋର ପତି କରିଥିଲେ । ଅତିରିକ୍ତ ପ୍ରକଳ୍ପ ଅଧିକାରୀ ରାମାନୁଜ ପଣ୍ଡା, ୟୁଡିଏମ୍‌ ଅନିଲ ମହାକୁର ଯୋଗଦାନ କରି ସମସ୍ତଙ୍କୁ ଉତ୍ସାହିତ କରିବା ସହ ଏହି ଶିବିରର ତଦାରଖ କରିଥିଲେ । ଏହି ସ୍ୱାସ୍ଥ୍ୟ ଶିବିରରେ ଡାକ୍ତର ନନ୍ଦ କିଶୋର ପାଢୀ ଓ ଭୀମ ଭୋଇ ମେଡିକାଲ କଲେଜ୍‌ର ଡାକ୍ତର ନିଜାମ୍ ଅଲି, ଡାକ୍ତର ନବନିତ କିଶନ, ଡାକ୍ତର ନରେନ୍ଦ୍ର କୁମାର ଫାଲୋଡ଼ିଆ ଓ ଅନ୍ୟମାନଙ୍କ ସମେତ ଷ୍ଟାଫ ନର୍ସ ସନ୍ତୋଷିନୀ କରନ, ବିଜୟିନୀ ଛତ୍ରିଆ, ଫାର୍ମାସିଷ୍ଟ ମୁକେଶ ରଣା, ଲେବ ଟେକନିସିଆନ ପ୍ରମୋଦ ଥନାପତି, ଡାଟା ଆସିଷ୍ଟାଣ୍ଟ ସୁମନ ଭାଟି, ସଗୀର ମହମ୍ମଦ, ମାନସ ହୋତା, ସ୍ଵର୍ ଜିତ ଶତପଥୀ ଅବିନାଶ ପୋଡ଼ ପ୍ରମୁଖ ସହଯୋଗ କରିଥିଲେ । ଆୟୋଜକ ସଂସ୍ଥା ତରଫରୁ ସଫେଇ କର୍ମଚାରୀମାନଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷଣ ପରେ ଗୋଟିଏ ଲେଖା ହାତଧୁଆ ସାବୁନ ଦିଆଯାଇଥିଲା । ଉକ୍ତ ସ୍ୱାସ୍ଥ୍ୟ ଶିବିରର ଆୟୋଜନ ଓ ପରିଚାଳନା ସୁନ୍ଦର ଭାବେ ହେଇଥିଲା ଯେଉଁଥିରେ ସଫେଇ କର୍ମଚାରୀମାନଙ୍କ ବ୍ୟତୀତ ଅଞ୍ଚଳର ଜନ ସାଧାରଣ ସୁବିଧା ନେଉଥିବା ଦେଖାଯାଇଥିଲା ।

pc pk
Leave A Reply

Your email address will not be published.