centurian jitm

ବୁର୍ଡା ପେକ୍ସର ବାର୍ଷିକ ସାଧାରଣ ସଭା

ଲୋଇସିଂହା, (କେପିଏନ୍‌ଏସ୍‌) : ଆନ୍ତର୍ଜାତୀୟ ସମବାୟ ବର୍ଷ ଅବସରରେ ଲୋଇସିଂହା ବ୍ଲକ ବୁର୍ଡ଼ା ପ୍ରାଥମିକ କୃଷି ସମବାୟ ସମିତିର ବାର୍ଷିକ ସାଧାରଣ ପରିଷଦ ବୈଠକ ସ୍ଥାନୀୟ ସିଆଲବାହାଲି ଗ୍ରାମଠାରେ ଅନୁଷ୍ଠିତ ହୋଇଯାଇଛି । ପେକ୍ସ ପରିଚାଳନା ପରିଷଦ ସଭାପତି ବାଲଗୋପାଳ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ନିମନ୍ତ୍ରିତ ଅତିଥି ଭାବେ ସମ୍ପାଦକ ଘନଶ୍ୟାମ ପୁଟା, ପୂର୍ବ ସମ୍ପାଦକ ଘନଶ୍ୟାମ ସାହୁ, କ୍ଷୀରଧର ସାହୁ, ଓକିଲ ପଧାନ, ବ୍ରଜବିହାରୀ ସାହୁ, ବିଶ୍ଵାମିତ୍ର ବାରିକ ପ୍ରମୁଖ ଯୋଗ ଦେଇଥିଲେ । ଚାଷୀଙ୍କ ବିଭିନ୍ନ ସମସ୍ୟା ତଥା ପେକ୍ସ୍ ପରିଚାଳନା ବାବଦରେ ବୈଠକରେ ଆଲୋଚନା କରାଯାଇଥିଲା । ଏଥିରେ ପେକ୍ସ ନିର୍ଦ୍ଦେଶକ ସହଦେବ ସା, ପ୍ରହଲ୍ଲାଦ ସାହୁ, ଛନ୍ଦାଚରଣ ଖମାରୀ, ତରଣୀ ସା, ସୁଦାମ କମ୍ପ, ହାଡ଼ୁ ସାହୁ, ଈଶ୍ୱର ବାରିକ, ଗୋପୀନାଥ ସା, ହରେରାମ ସାହୁ, ନୀରୋଦ ସାହୁଙ୍କ ସମେତ ଚାଷୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.