ବରଗଡ, (ମୁନ୍ନା ସାହୁ) : ବରଗଡ଼ ଜିଲ୍ଲାପାଳ କାର୍ଯାଳୟ ଘେରାଓ କଲେ ଏଲ୍ଡିଏର ସଦସ୍ୟ ସଦସ୍ୟା । ବରଗଡ଼ ବରପାଲି ଫାର୍ମାସିଷ୍ଟ କଲେଜର ପରିଚାଳନା କମିଟି କର୍ତ୍ତୃପକ୍ଷ ଏବଂ ସଦସ୍ୟଙ୍କ ଦ୍ୱାରା କଲେଜ କର୍ମଚାରୀ ଓ ଛାତ୍ରୀମାନଙ୍କ ଉପରେ ଜୈନ ଉତ୍ପୀଡ଼ନା, ଅନ୍ୟାୟ, ଅତ୍ୟାଚାର, ମାନସିକ ନିର୍ଯ୍ୟାତନା ଏବଂ ଦୁର୍ନୀତି ହେଉଥିବା ଅଭିଯୋଗ କରାଯାଇଛି । ଏହା ବିରୁଦ୍ଧରେ ମଙ୍ଗଳବାର ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଓ କରାଯାଇଛି । ବରଗଡ଼ ନିଶାମଣି ହାଇସ୍କୁଲ ପଡିଆରୁ ଏକ ବିରାଟ ରାଲି ବାହାରି ବରଗଡ଼ ଜିଲ୍ଲାପାଳ କାର୍ଯ୍ୟାଳୟ ପହଂଚିଥିଲେ । ଏହି ଦିଗରେ ଜିଲ୍ଲାପ୍ରଶାସନ ଚୁପ ଥିବା ବେଳେ ପୀଡିତାଙ୍କ ନ୍ୟାୟ ଦାବି କରିଛନ୍ତି ଏବଂ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରାଯାଇଛି । ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଜିଲ୍ଲାପାଳ କାର୍ଯ୍ୟାଳୟ ଓ ଏସ୍ପି କାର୍ଯ୍ୟାଳୟରେ ତାଲା ମରାଯିବ ବୋଲି ଚେତାବନୀ ଦେଇଛନ୍ତି ଏଲ୍ଡିଏର ପ୍ରତିଷ୍ଠାତା ଲବ ସୁନା ।
