oom

ସଡକ ସୁରକ୍ଷା ସପ୍ତାହ ପାଳନ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ମହାମାୟା ପବ୍ଲିକ ସ୍କୁଲ ପାଇକମାଲ ତରଫରୁ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ସଡ଼କ ସୁରକ୍ଷା ଜୀବନ ରକ୍ଷା ପ୍ରସଙ୍ଗକୁ ନେଇ ଏକ ସଚେତନତା ଶୋଭାଯାତ୍ରାର ଆୟୋଜନ ହୋଇଥିଲା । ଏଥିରେ ଛାତ୍ରଛାତ୍ରୀ ଗଣ ପାଇକମାଲ ସହର ସାରା ପରିଭ୍ରମଣ କରି ତଥା ନାଟକ ପ୍ରଦର୍ଶନ କରି ସଡ଼କ ସୁରକ୍ଷା ଜୀବନ ରକ୍ଷା, ଦ୍ରୁତଗତି ମହାବିପତ୍ତି, ନିଶାଶକ୍ତ ଦୁର୍ଘଟଣା ଗ୍ରସ୍ତ ଏମିତି ବହୁ ପ୍ରକାରର ସ୍ଲୋଗାନ ଦେଇ ଲୋକମାନଙ୍କୁ ସଚେତନ କରାଇଥିଲେ । ଏଥିରେ ବିଦ୍ୟାଳୟର ଅକ୍ଷୟ କୁମାର ଦାଶ (ସଂଯୋଜକ) ୟଶୋଦେବ ଭୋଇ (ଅଧ୍ୟକ୍ଷ), ଗୁପତ ଦୀପ, ବିନୁ ବେସ୍ରା, ଲିଙ୍ଗରାଜ ପ୍ରଧାନ, ଦିନେଶ ସତ୍‌ନାମୀ, ପ୍ରଶାନ୍ତ ହରିପାଲ, ମେନକା ସ୍ୱାଇଁ, ଶୁଭଦର୍ଶିନୀ ହୋତା, କିଶୋରୀ ସାହୁ, କନିକା ପ୍ରଧାନ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀମାନେ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

jittmm
Leave A Reply

Your email address will not be published.