ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୫ ମୃତ

ଅନୁଗୁଳ : ଅନୁଗୁଳ ଜିଲ୍ଲା ପାଲଲହଡା କଣ୍ଟିଆପଶି ବାଇପାସ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ପାଲଲହଡ଼ା କଣ୍ଟିଆପଶି ବାଇପାସ ଛକ ନିକଟରେ ଏକ ଟ୍ରକଟି ଛିଡ଼ା ହୋଇଥିବା ବେଳେ ଠିକ୍‌ ଏହି ସମୟରେ ଏକ କାର୍‌ ଭାରସାମ୍ୟ ହରାଇ ଟ୍ରକଟିର ପଛରେ ପିଟି ହୋଇଥିଲା । ତେବେ ଏହି ଭୟଙ୍କର ଦୁର୍ଘଟଣାରେ ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.