oom

ସଡକ ଦୁର୍ଘଟଣା : ବାଲି ବୋଝେଇ ଟ୍ରକ ଚକ ତଳେ ଜଣେ ମୃତ ଦୁଇଜଣ ଆହାତ

jsmm

ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ଆନ୍ତର୍ଗତ ରାଳବ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୃଘଟଣା ଘଟିଯାଇଛ । ଉକ୍ତ ଦୁର୍ଘଟଣାରେ ଘଟଣାସ୍ଥଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତ୍ୱର ଆହାତକୁ ବ୍ରହ୍ମପୁରକୁ ପଠାଯାଇଥିବା ଜଣାପଡିଛି । ସୂଚନାପ୍ରକରେ ଏକ ବାଲି ବୋଝେଇ ଟ୍ରକ ଆମ୍ବଗାଁ ମୁଖେ ଯାଉଥିବା ବେଳେ ସମଦିଗରୁ ଏକ ବାଇକ ଯୋଗେ ୩ ଜଣବ୍ୟକ୍ତି ବାଇକ ଯୋଗେ ଯାଉଥିବାବେଳେ ବାଲି ବୋଝେଇ ଟ୍ରକ ଚକ ତଳେ ପଡି ଅଘଟଣ ଘଟିଥିଲା ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି ।ପୁରୋଷତ୍ତମପୁର ଥାନା ଅନ୍ତର୍ଗତ ଯାମୁନି ଗ୍ରାମର କୁନା ମୁନିଙ୍କ ଘଟଣାସ୍ଥଳେ ଅନ୍ୟ ୨ଜଣ ଗୁରୁତର ଆହାତଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକକୁ ଚିକିତ୍ସା କରିବା ପାଇଁ ପଠାଯାଇଥିବା ଜଣାପଡିଛି । ଓଆର୧୬ଡି ୩୧୪୮ ବାଲି ବୋଝେଇ ଟ୍ରକଟି ଦାରୁଭଦ୍ରା ଦେଇ ବିକ୍ରି ଉଦ୍ଦେଶ୍ୟ ନେଇ ଯିବା ସମୟରେ ଓଆର୦୭ପି ୧୬୩୨ ନିଜ ସମ୍ପର୍କୀୟଙ୍କ ଘର ଶାସନଆମ୍ବଗାଁକୁ ଆଗପଛ ହୋଇ ସମଦିଗରେ ଯିବା ସମୟରେ ରୋଡ କଡରେ ବନ୍ଧକାର୍ୟ୍ୟ ପାଇଁ ଥିବା ମେଟାଲ, ସିମେଣ୍ଟ ଓ ମିକ୍ଚରମେସିନ ରାସ୍ତା ଅବରୋଧରେ ଏହି ଅଘଟଣ ଘଟିଥିଲା ବୋଲି ସ୍ଥାନୀୟ ପ୍ରତେକ୍ଷ୍ୟଦର୍ଶୀ ମାନେ କହିଛନ୍ତି ।

jittmm
Leave A Reply

Your email address will not be published.