ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟରେ ଯକ୍ଷ୍ମା ରୋଗର ନିରାକରଣ ସଚେତନତା କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟରେ ଯକ୍ଷ୍ମା ନିରାକରଣ ସଚେତନ କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହେଇଯାଇଛି ।ଛତ୍ରପୁର ବ୍ଳକ ମୁନିସିପେଣ୍ଠ ସ୍ଵାସ୍ଥ୍ୟକେନ୍ଦ୍ରର ଅଧୀକ୍ଷକ ଡ଼ା. ସ୍ଵାଧୀନ ରଥଙ୍କ ନିର୍ଦ୍ଦେଶ କ୍ରମେ ଏହା ସମ୍ପାଦିତ ହୋଇଥିଲା । ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଅଜୟ କୁମାର ତ୍ରିପାଠୀଙ୍କ ନିମନ୍ତ୍ରିତ ୟୁଥ୍ ରେଡକ୍ରସର ସହଯୋଗ କ୍ରମେ କାର୍ଯ୍ୟକ୍ରମ ସମାପନ ହୋଇଥିଲା । ଯକ୍ଷ୍ମା ରୋଗର କାରଣ, ନିରାକରଣ ଓ ସଂକ୍ରମଣର ମାଧ୍ୟମ ଏବଂ ଏହା କିପରି ବ୍ୟାପେ ସେ ସପର୍କରେ ସଚେତନତା କରାଯାଇଥିଲା । ଏଥି ନିମନ୍ତେ ସରକାରଙ୍କ ଯୋଜନାମାନ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଆଲୋଚନା କରାଯାଇଥିଲା । ବିସ୍ତୃତ ଆଲୋଚନାରେ ଡ଼ା. ରଥ ଆଲୋକପାତ କରିଥିଲେ । ଜନସ୍ଵାସ୍ଥ୍ୟ ପଦକ୍ଷେପକୁ ଜନ ସ୍ୱାସ୍ଥ୍ୟ ଅଧିକାରୀ ବରୁଣ କୁମାର ପାଣିଗ୍ରାହୀ ସଂକ୍ଷିପ୍ତ ମାଧ୍ୟମରେ ଯକ୍ଷ୍ମା ରୋଗର ଆଲୋକପାତ କରି ପିଲାମାନଙ୍କୁ ବୁଝାଇଥିଲେ । ବ୍ଲକ୍ ପ୍ରୋଗ୍ରାମ ମ୍ୟାନେଜର ସିମାଞ୍ଚଳ ପ୍ରଧାନ ଯକ୍ଷ୍ମା ରୋଗର ନିବାରଣ କାର୍ଯ୍ୟକ୍ରମକୁ କିପରି ପରିଚାଳନା ହୁଏ ତାହାରି ଉପରେ ଆଲୋକପାତ କରିଥିଲେ । ବରିଷ୍ଠ ଯକ୍ଷ୍ମା ନିରୀକ୍ଷକ ପ୍ରଭାତ କୁମାର ସାହୁ ଯକ୍ଷ୍ମା ରୋଗରେ କିଭଳି ସମସ୍ତ ପ୍ରକାର ସରକାରଙ୍କ ପକ୍ଷରୁ ମିଳୁଥିବା ପୃଷ୍ଟିକର ଖାଦ୍ୟ ପାଇଁ ହଜାର ଟଙ୍କା ମିଳୁଥିବା ଓ ସମସ୍ତ ପରୀକ୍ଷା ମାଗଣା ହେଉଥିବା କହିବା ସହିତ ଧନ୍ୟବାଦ୍ ଅର୍ପଣ କରିଥିଲେ । ଟିବି ଚମ୍ପିୟାନ ମୁନା ବେହେରା, ସୁବାଶିଷ ସାହୁ ଏବଂ ଅମ୍ବିକା ପ୍ରସାଦ ଚୌଧୁରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଅନ୍ୟ ମହାବିଦ୍ୟାଳୟରେ ମଧ୍ୟ ସଚେତନତା କାର୍ଯ୍ୟକ୍ରମ କରିବାର ଲକ୍ଷ୍ୟ ଅଛି ବୋଲି କହିଥିଲେ । ପୂର୍ବରୁ ସ୍କୁଲମାନଙ୍କରେ ଏପରି ଅନେକ ସଚେତନତା କାର୍ଯ୍ୟକ୍ରମ କରି କାର୍ଯ୍ୟକ୍ରମକୁ ସାଫଲ୍ୟ କରାଯାଇଛି କହିବା ସହିତ ପରିଶେଷରେ ଡ଼ା. ରଥ ସଭାକୁ ବିରାମ ଦେଇଥିଲେ ।

jittmm
Leave A Reply

Your email address will not be published.