ଦୀର୍ଘ ୮ ଦିନ ଧରି ବୁଲିଲା ଯାଦବ ସଚେତନତା ରଥ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ପୁଇଁତଲା ବ୍ଲକ ଅନ୍ତର୍ଗତ ମଲମୁଣ୍ଡା ଗ୍ରାମ ପଂଚାୟତର କୁର୍ଲୁପାଲିସ୍ଥିତ ମା’ ସମଲେଶ୍ୱରୀଙ୍କ ପୀଠଠାରେ ପୁଇଁତଲା ବ୍ଲକ ଯାଦବ ମହାସଭା ଆୟୋଜନରେ ଗତ ୧୪ ତାରିଖ ଦିନ ଯାଦବ ସଚେତନତା ରଥ ଶୁଭାରମ୍ଭ ହୋଇଥିବା ବେଳେ ଆଜି ଗଇଁତଲା ପଞ୍ଚାୟତ ପିପଲବାହାଲି ଗଏନାପାଲିରେ ଏହାର ଉଦ୍‌ଯାପିତ ହୋଇଯାଇଛି । ଏହି ରଥ ପୁଇଁତଲା ବ୍ଲକ ଅନ୍ତର୍ଗତ ୨୫ ଗୋଟି ଗ୍ରାମ ପଂଚାୟତର ପ୍ରତ୍ୟେକ ଗ୍ରାମକୁ ପହଂଚି ଯାଦବ ଏକତା, ସମୃଦ୍ଧି ଓ ପ୍ରଗତିର ସନ୍ଦେଶ ନେଇ ସଚେତନତାର ବାର୍ତ୍ତା ଦେଇଛି । କାର୍ଯ୍ୟକ୍ରମରେ ବ୍ଲକ ସଭାପତି ଅନିରୁଦ୍ଧ ବଗର୍ତ୍ତୀ, ଜିଲ୍ଲା ସଂପାଦକ ପ୍ରଦୀପ ସେଲମା, ଯୁବ ଯାଦବ ସଭାପତି ଦେବେନ୍ଦ୍ର ହାତୀ, ସନ୍ଦୀପ ବାଗ, ପୀତାମ୍ବର ବାଙ୍କ, ଜଗନ୍ନାଥ ଚନ୍ଦନ, ମନ୍ଦିର ବାଙ୍କ, ଧୀରେନ ପୋଢ଼, ମହାଦେବ ବାଙ୍କ, ସୁଦାମ ସେଲମା, ଦଣ୍ଡଧାରୀ ବନଛୋର, ବାବୁଲାଲ ବାଗ, ସୁକଲ ବଗର୍ତ୍ତୀଙ୍କ ସହ ବହୁ କର୍ମକର୍ତ୍ତା ସାମିଲ୍‌ ହୋଇଥିବା ସୂଚନାରେ କୁହାଯାଇଛି ।

jittmm
Leave A Reply

Your email address will not be published.