ଛତ୍ରପୁର ବ୍ଲକ୍ ଭିକାରିପଲ୍ଲୀ ଗ୍ରାମରେ ଭାରତ ସଂକଳ୍ପ ଯାତ୍ରା ସଚେତନତା ରଥ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଭିକାରିପଲ୍ଲୀ ଗ୍ରାମରେ ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭାରତ ସରକାରଙ୍କ ଦ୍ୱାରା ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଇବା ଓ ଲୋକଙ୍କ ପାଖରେ ସମସ୍ତ ଯୋଜନାମାନ କିଭଳି ପହଞ୍ଚିବ ସେ ନେଇ ଏକ ସଚେତନତା ରଥ ବାହାରି ଭିକାରୀପଲ୍ଲୀ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟସ୍ଥ ଅଞ୍ଚଳରେ ପହଞ୍ଚିବା ପରେ ରଥଟିକୁ ବନ୍ଦାପନାର ସହ ସ୍ୱାଗତ କରାଯାଇଥିଲା । ବିଭିନ୍ନ ଯୋଜନା ସମ୍ପର୍କରେ ଲୋକମାନଙ୍କୁ ଭିଡ଼ିଓ ମାଧ୍ୟମରେ ଅବଗତ କରାଯାଇ ଲୋକଙ୍କୁ ସଚେତନତା କରାଯାଇଥିଲା । ସ୍ଥାନୀୟ ଅଞ୍ଚଳର ସ୍କୁଲ ପିଲାଙ୍କୁ ନେଇ ସାଂସ୍କୃତିକଭରା ଗୀତ ନାଚ ପରିବେଷଣ ହୋଇ ମଞ୍ଚଟି ଦୁଲୁକି ଉଠିଥିଲା । ଏହି ସଭାରେ ପ୍ରତାପ ଚନ୍ଦ୍ର ପ୍ରଧାନ (ଅତିରିକ୍ତ ପ୍ରକଳ୍ପ ଅଧିକାରୀ ଗଞ୍ଜାମ), ଅଶୋକ କୁମାର ଦାସ (ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଛତ୍ରପୁର), ସମସ୍ତ ମହିଳା ଏସ୍‌ଏଚ୍‌ଜି ମା’ମାନେ ଓ ଏମ୍ବିକେ, ୱାଡମେମ୍ବରଙ୍କୁ ନେଇ ଭିକାରୀପଲ୍ଲୀ ଗ୍ରାମର ସରପଞ୍ଚ ମମତା ସୁବୁଦ୍ଧି ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.