ବଲାଙ୍ଗିର, (କେପିଏନ୍ଏସ୍) : ଜାନୁଆରୀ ୧ରୁ ୭ ତାରିଖ ପର୍ଯ୍ୟନ୍ତ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ଆଜି ବଲାଙ୍ଗିର ସହରରେ ଆୟୋଜିତ ହୋଇଛି ଛାତ୍ରଛାତ୍ରୀମାନଙ୍କ ଏକ ବିଶାଳ ରାଲି । ସ୍ଥାନୀୟ ପିଆର୍ ହାଇସ୍କୁଲ୍ରୁ ଆରମ୍ଭ ହୋଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା ଏବଂ ବରେଣ୍ୟ ଅତିଥି ଭାବେ ବଲାଙ୍ଗିର ଆର୍ଟିଓ ରାଜେଶ ମରାଣ୍ଡି ଓ ପିଆର୍ ହାଇସ୍କୁଲ୍ ହେଡ଼୍ମାଷ୍ଟର ସନ୍ତୋଷିନୀ ସେଠୀ ଯୋଗଦାନ କରିଛନ୍ତି । ଛାତ୍ରଛାତ୍ରୀମାନଙ୍କ ସଚେତନତା ରାଲି ସହର ପରିକ୍ରମା କରି ପୁଣି ପିଆର୍ ହାଇସ୍କୁଲରେ ପହଂଚିବ । ଏହି ସଚେତନତା ରାଲି ସଡ଼କ ସୁରକ୍ଷା ଉପରେ ଲୋକଙ୍କୁ ବେଶ୍ ସଚେତନ କରିବ ବୋଲି ଆଶା କରାଯାଉଛି ।
Next Post