jayashree

ପଦ୍ମପୁର ବ୍ଲକର ଭେଉଁରିଆ ପଞ୍ଚାୟତରେ ସଚେତନତା କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ବ୍ଲକର ଭେଉଁରିଆ ପଞ୍ଚାୟତରେ ସୁରକ୍ଷିତ ସ୍ଥାନାନ୍ତରଣ ଏଵଂ ଶିଶୁ ଚାଲାଣ ପ୍ରତିକାର ଉପରେ ବିଭିନ୍ନ ହିତାଧିକାରୀଙ୍କୁ ସଚେତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ମହିଳା ସ୍ଵୟଂସହାୟକ ଗୋଷ୍ଠୀ, କିଶୋର କିଶୋରୀ, ୱାର୍ଡମେମ୍ୱର, ପ୍ରବାସ ଯାଉଥିବା ପରିବାର ସହ ଅନ୍ୟାନ୍ୟ ଗ୍ରାମବାସୀଙ୍କୁ ସଚେତନ କରାଗଲା । ଏହି ସଚେତନା କାର୍ଯ୍ୟକ୍ରମରେ ତରୁଣସେନ୍ ପୃଷେଠ ବରଗଡ ଜିଲ୍ଲା ସଂଯୋଜକ ଏଡ୍ଏଟ୍ଆକ୍ସନ ସମସ୍ତଙ୍କୁ ସ୍ୱାଗତ ଜଣାଇ ସଭାକାର୍ଯ୍ୟକୁ ଆରମ୍ଭ କରି ସଭାର ମୂଳଲକ୍ଷ୍ୟ ଓ ଉଦ୍ଦେଶ୍ୟକୁ ନେଇ ବିସ୍ତାର ଭାବେ ଜଣାଇଥିଲେ । ଜିଲ୍ଲାପାଳ ଶ୍ରୀମତୀ ମୋନିଶା ବାନାର୍ଜୀ ପ୍ରବାସୀ ଓ ତାଙ୍କୁ ନେଇ ହେଉଥିବା ବିଭିନ୍ନ ସମସ୍ୟା ଉପରେ ଜଣାଇଥିଲେ ଓ କିପରି ଦାଦନ ଶ୍ରମିକ ଚାଲାଣର ଶିକାର ନ ହେବେ ସେ ନେଇ ବିସ୍ତୃତ ଭାବେ ଆଲୋଚନା କରିଥିଲେ ଓ ଶିଶୁ ଚାଲାଣ ପ୍ରତିକାରକୁ ନେଇ ସଚେତନା ବାର୍ତ୍ତା ଦେଇଥିଲେ । ଡ଼ିଏସ୍‌ଡ଼ବ୍ଳୁଓ ସାବିତ୍ରୀ କୁମୂରା ମାଇଗ୍ରେସନ୍‌ ମୋନିଟୋରିଙ୍ଗ ରେଜିଷ୍ଟରର ମୂଳ ଉଦ୍ଦେଶ୍ୟ ଓ ଏହାକୁ କିପରି ଆମେ ପଦ୍ମପୁର ବ୍ଲକରେ ମଧ୍ୟ ଦେଇପାରିବା ସେ ନେଇ ଜିଲ୍ଲା ପ୍ରଶାସନକୁ ଆବେଦନ କରିଥିଲେ । ଡ଼ସିପିଓ ମଞ୍ଜୁ ଏକା ଉଦ୍ଧାର ହୋଇଥିବା ଶିଶୁ ମାନଙ୍କୁ ବିଭିନ୍ନ ସ୍କିଲ୍ ଟ୍ରେନିଂରେ ନିୟୋଜିତ ଓ ଥଇଥାନ ନେଇ ବୁଝାଇଥିଲେ । ସିଡ଼ିପିଓ ପଦମପୁର ପ୍ରବାସ ଯାଉଥିବା ପରିବାରକୁ କିପରି ରେଜିଷ୍ଟ୍ରେସନ କରି ଦାଦନ ଯିବେ ଓ ସରକାରୀ ସୁବିଧା ପାଇବେ ସେ ନେଇ ସଚେତନ କରିବେ ଓ ସମସ୍ତ ଅଙ୍ଗନୱାଡ଼ି କର୍ମୀମାନଙ୍କୁ ମଧ୍ୟ ସଚେତନା କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ସଭାର କାର୍ଯ୍ୟ ବିବରଣୀ ହେଲା ପ୍ରବାସ ପ୍ରବଣ ଅଞ୍ଚଳରେରେ ଅଙ୍ଗନୱାଡି କର୍ମୀ, ଆଦ୍ଵିକା ଗୋଷ୍ଠୀ, ଆଶା କର୍ମୀ ପ୍ରବାସ ପୂର୍ବରୁ ଗ୍ରାମରେ ସଚେତନା କାର୍ଯ୍ୟକ୍ରମ କରିବେ । ୱାଡମେମ୍ୱର ପ୍ରବାସୀ ପରିବାରର ଲୋକଙ୍କୁ ମନରେଗା କାମରେ ସଂପୃକ୍ତ କରିବାପାଇଁ ଦାୟିତ୍ଵ ନେଲେ । ସରପଞ୍ଚଙ୍କ ସହ ସ୍କୁଲ କତୃପକ୍ଷ ପଂଚାୟତ ଗୁଡିକରୁ ବ୍ଲକ୍ ଶିକ୍ଷାଧିକାରୀଙ୍କୁ ଋତକାଳୀନ ଛାତ୍ରାବାସ ପାଇଁ ଆବେଦନ ପତ୍ର ଦେବାପାଇଁ ନିଷ୍ପତ୍ତି ନିଆଗଲା । ବିଦ୍ୟାଳୟର କତୃପକ୍ଷ ସହ ଆଦ୍ଵିକା ପିଲାମାନେ ଅଧାରୁ ପାଠ ଛାଡିଥିବା ପିଲାଙ୍କୁ ବିଦ୍ୟାଳୟରେ ପୁନଃ ନାମଲେଖା ପାଇଁ ଦାୟିତ୍ଵ ଗ୍ରହଣ କରିବେ ।

Leave A Reply

Your email address will not be published.