ପାଇକମାଲ ବିଜେପି ଯୁବମୋର୍ଚ୍ଚା ତରଫରୁ ସଚେତନତା କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସେବା ହିଁ ସଙ୍ଗଠନ ବର୍ତ୍ତମାନ ସାରା ଜନ ମାନସକୁ କରୋନା ସଂକ୍ରମଣ ର ଚିନ୍ତା ଘାରିଥିବା ବେଳେ ଦିନ କୁ ଦିନ ସ୍ଥିତି ଆହୁରି ଜଟିଳ ହେବାରେ ଲାଗିଛି । ଏଣୁ ଭାରତର ପ୍ରଧାନ ମନ୍ତ୍ରୀ ମୋଦିଙ୍କ ଅନୁଚିନ୍ତା ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଆହ୍ୱାନ କ୍ରମେ ଆଜି ପାଇକମାଲ ସ୍ଥିତ ଜର୍ଜଗଡ ଆରମ୍ଭ ହୋଇ ଏହି କାର୍ଯ୍ୟକ୍ରମ । ପାଇକମାଲ ବିଜେପି ଯୁବମୋର୍ଚ୍ଚା ତରଫରୁ ଘର ଘର ବୁଲି ଲୋକଙ୍କୁ କରୋନା ବିଷୟରେ ସଚେତନ ସହ ପଲ୍ସ ଅକ୍ସିମିଟର ଏବଂ ଥର୍ମାଲ ତାପମାତ୍ରା ଚେକିଂ ଓ ମାସ୍କ ବଣ୍ଟନ ସହ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପାଇକମାଲ ବ୍ଲକ ଯୁବମୋର୍ଚା ସଭାପତି ରୋଶନ ପାଣିଗ୍ରାହୀ, ପାଇକମାଲ ବିଜେପି ସାଧାରଣ ସଂପାଦକ ଇନ୍ଦ୍ରଜିତ ଭୋଇ, ବିକି ଅଗ୍ରୱାଲ, ଭବାନି ସାହୁ ପ୍ରମୁଖ ଆରମ୍ଭ କରିଛନ୍ତି ଓ ଆଗକୁ ଯୁବମୋର୍ଚ୍ଚ ଯଥା ସମ୍ଭବ ଲୋକଙ୍କ ଘରକୁ ଘର ବୁଲି ଜନ ସଚେତନତାକୁ ବଢ଼େଇବ ଏବଂ ଆଗାମୀ ଦିନରେ ମଧ୍ୟ ସମସ୍ତେ ଏକ ହୋଇ କରୋନା ସହ ଲଢ଼ି ଭାରତକୁ ବିଜୟ କରିବା ପାଇଁ ସଚେତନ ହେବାକୁ ଆହ୍ୱାନ ଦେଇଥିଲେ ।

Leave A Reply

Your email address will not be published.