ପଖନମୁଣ୍ଡା ବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ ଅନ୍ତର୍ଗତ ମାନ୍ଦଲା କ୍ଲଷ୍ଟରର ପଖନମୁଣ୍ଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନୱାଡ଼ି ‘ଖ’ କେନ୍ଦ୍ରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ତଥା ଜୁନିୟର ରେଡକ୍ରସ ପରାମର୍ଶଦାତା ବିରଞ୍ଚି ନାରାୟଣ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ସଚେତନତା ସଭାରେ ଶିକ୍ଷକ ଅଲେଖ ବନଗୋଲା, ବିଶେଶ୍ୱର ମୁଦୁଲି, ସୁରଜ ଛତ୍ରିଆ, ଅଙ୍ଗନବାଡ଼ି କର୍ମୀ ଭାରତୀ ସାହୁ ଉପସ୍ଥିତ ଥିଲେ । କରୋନାର ଭୟବହତା ମନରୁ ନଲିଭୁଣୁ ପୁଣି ଥରେ ଚତୁର୍ଥ ଲହର ତାର କାୟା ବିସ୍ତାର ଆରମ୍ଭ କରିସାରିଲାଣି । ତେଣୁ ଶ୍ରୀ ଦାଶ ସଚେତନତା ସଭା ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ କରୋନାର ଭୟବହତା ଉପରେ ଆଲୋକପାତ କରିଥିଲେ । ମାସ୍କ ପରିଧାନ, ବାରମ୍ବାର ହାତ ଧୋଇବା ଓ ସାମାଜିକ ଦୂରତା ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ । ବର୍ତ୍ତମାନ ବର୍ଷାଋତୁ ହୋଇଥିବାରୁ ବର୍ଷାରେ ନଭିଜିବା, ବର୍ଷା ସମୟରେ ଘରେ ରହିବା, ବିଷଧର ସାପ, ବିଛାପ୍ରତି ସାବଧାନ ରହିବା, ଗରମ ଖାଦ୍ୟ ଖାଇବା, ପରିଷ୍କାର ପରିଛନ୍ନତା ରହିବାକୁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କିଛି ପ୍ରଶ୍ନ ପଚରାଯାଇ କୃତି ଛାତ୍ରୀ ତାପସ୍ୱିନୀ ଚିରାଙ୍ଗୁନଙ୍କୁ ପୁରସ୍କୃତ କରାଯାଇଥିଲା । ପରିଶେଷରେ ଅଙ୍ଗନବାଡ଼ି କେନ୍ଦ୍ର ଓ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ମାସ୍କ ବଣ୍ଟନ କରାଯାଇଥିଲା ।

Leave A Reply

Your email address will not be published.