ପଦ୍ମପୁରରେ ବିପର୍ଯ୍ୟୟ ପ୍ରଶମନ ପ୍ରଶିକ୍ଷଣ ଓ ସଚେତନତା କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (ଏନ୍‌ଡିଆର୍‌ଏଫ୍‌), ମୁଣ୍ଡୁଲି, କଟକ ତରଫରୁ ବିପର୍ଯ୍ୟୟ ପ୍ରଶମନ ପ୍ରଶିକ୍ଷଣ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର ଲଲିତେନ୍ଦୁ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ତହସିଲଦାର ସୁଜନ ସେଠ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ । ଏନ୍‌ଡିଆର୍‌ଏଫ୍‌ର ଟିମ୍ କମାଣ୍ଡର ଉଦୟ ଶଙ୍କର ପ୍ରସାଦ ଓ ସବ୍ ଇନ୍ସପେଟର ରମେଶ କୁମାରଙ୍କ ତତ୍ୱାବଧାନରେ ପ୍ରଶିକ୍ଷକମାନେ ଯୁବ ରେଡକ୍ରସ୍, ଏନ୍.ସି.ସି ଓ ଏନ୍.ଏସ୍ .ଏସର ସ୍ଵେଚ୍ଛାସେବୀ ଓ ଛାତ୍ରଛାତ୍ରୀଙ୍କ ସମେତ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକାମାନଙ୍କୁ ବିପର୍ଯ୍ୟୟ ପରିଚାଳନା ଓ ପ୍ରାଥମିକ ଚିକିତ୍ସାର ବିଭିନ୍ନ ଦିଗ ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଯୁବ ରେଡ୍‌କ୍ରସ୍‌ର ପରାମର୍ଶଦାତା ପ୍ରାଧ୍ୟାପକ ବିଦ୍ୟାଧର ଦାଶ ଧନ୍ୟବାଦ ଅର୍ପଣ କରିଥଲେ । ଏହି କାର୍ଯ୍ୟକ୍ରମରେ ପ୍ରାୟ ତିନିଶହ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।

Leave A Reply

Your email address will not be published.