
ବଲାଙ୍ଗିର, (କେପିଏନ୍ଏସ୍) : ଆଜି ଜିଲ୍ଲା ଜଜ୍ ତଥା ଆଇନ ସେବା ପ୍ରାଧିକରଣ ବଲାଙ୍ଗିର ଅଧ୍ୟକ୍ଷ ଶ୍ରୀଯୁକ୍ତ ଲୋକନାଥ ମହାପାତ୍ରଙ୍କ ନିର୍ଦ୍ଧେଶ କ୍ରମେ ବିକଳ୍ପ ସମାଧାନ କେନ୍ଦ୍ର, ବଲାଙ୍ଗିରର ସଭାଗୃହ ଠାରେ ପ୍ରାଧିକରଣର ସଚିବ ଶ୍ରୀଯୁକ୍ତ ଦେବାଶିଷ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜେ.ଜେ.ଏକ୍ଟ ଏବଂ ଆର୍ଟିଇ ଏକ୍ଟ ସମ୍ବନ୍ଧରେ ଏବଂ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ସିଭିଲ୍ ଜଜ୍(ବରିଷ୍ଠ ବିଭାଗ) ଶ୍ରୀମତୀ ସସ୍ମିତା ନନ୍ଦିନୀ ତ୍ରିପାଠୀ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ, ବଲାଙ୍ଗିର ଯୋଗ ଦେବା ସହିତ ଏହି କାର୍ଯ୍ୟକ୍ରମର ମୁଖ୍ୟ ବିଷୟ ବସ୍ତୁ ଯେପରିକି ଜେ.ଜେ.ଏକ୍ଟ ଏବଂ ଆରଟିଇ ଏକ୍ଟ ସମ୍ବନ୍ଧରେ ବିଷଦ ବିବରଣୀ ପ୍ରଦାନ କରିଥିଲେ । ଏହା ସହିତ ପ୍ରାଧିକରଣର ସଚିବ ପ୍ରାଧିକରଣର ବିଭିନ୍ନ କାର୍ଯ୍ୟକାରିତା ଦିଗ ଯେପରିକି ଭି.ସି.ଏ ମାଗଣା ଆଇନ ସହାୟତା, ଆପୋଷ ବୁଝାମଣା ଆଦି ସଂପର୍କରେ ବିସ୍ତୁତ ବିବରଣୀ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଅବିଭାବକ ପ୍ରମୁଖ ଅନ୍ଲାଇନ୍ ମାଧ୍ୟମରେ ଅଂଶଗ୍ରହଣ କରିଥିଲେ ।