ଅପରାଧିକ କାର୍ଯ୍ୟକଳାପ ନିୟନ୍ତ୍ରଣ ଲାଗି ପୋଲିସ ପକ୍ଷରୁ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ପୁରୁଷୋତ୍ତମପୁର : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଅପରାଧିକ କାର୍ୟ୍ୟକଳାପ ନିୟନ୍ତ୍ରଣ ଲାଗି ପୋଲିସ ପକ୍ଷରୁ ଏକ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଇଆଇସି ପ୍ରିୟସ ରଞ୍ଜନ ଛୋଟରାୟଙ୍କ ପୌରୋହିତ୍ୟରେ ବ୍ଲକ ସମ୍ମିଳନୀ କକ୍ଷରେ ଏ ସମ୍ପର୍କିତ ଏକ କାର୍ୟ୍ୟକ୍ରମ ହୋଇଥିଲା । କାର୍ୟ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବିଡିଓ ବିଜୟ କୁମାର ବେହେରା, ଅତିରିକ୍ତ ତହସିଲଦାର ସୁନିଲ କୁମାର ଟୁଡୁ, ସିଡିପିଓ ବବିତା ଚ୍ୟାଉପଟ୍ଟନାୟକ ଯୋଗ ଦେଇଥିଲେ । ଏହି ଅବସରରେ ଗଞ୍ଜାମ ଏସ୍‌ପି ବ୍ରିଜେସ କୁମାର ରାୟ ଭରର୍ଚୁଆଲ ମାଧ୍ୟମରେ ଯୋଗଦେଇ ଗ୍ରାମାଞ୍ଚଳରେ ଘଟୁଥିବା ଅପରାଧକୁ କିପରି ରୋକାଯାଇ ପାରିବ, ସେ ନେଇ ଉପସ୍ଥିତ ଜନପ୍ରତିନିଧିଙ୍କୁ ସଚେତନ କରିଥିଲେ । ଏପରି କି ଆପରାଧିକ କାର୍ୟ୍ୟକଳାପକୁ ନ ଲୁଚାଇ ପୋଲିସକୁ ଜଣାଇବାକୁ ଅନୁରୋଧ କରିଥିଲେ । କାର୍ୟ୍ୟକ୍ରମକୁ ଥାନା ଏସ୍‌ଆଇ ଶ୍ରୀନିବାସ ଦାଶଙ୍କ ସହ ଅନ୍ୟ କର୍ମଚାରୀ ପରିଚାଳନା କରିଥିଲେ । ଏଥିରେ ଜିଲା ପରିଷଦ ସଭ୍ୟ ଭଜମନ ବେହେରା, ରଞ୍ଜିତ କୁମାର ବେହେରା, ସରପଞ୍ଚ ସୁଧାକର ଗୌଡ଼, ଏନ୍‌. ଭାସ୍କର ଦୋରା, ବବିତା ସେଠୀ, କମା ଦଳେଇ, ସମିତି ସଭ୍ୟ ସୀମାଞ୍ଚଳ ଗୌଡ଼, ଆଭା ପରିଡା, ପ୍ରମୋଦ କୁମାର ମହାନ୍ତିଙ୍କ ସମେତ ବହୁ ଜନପ୍ରତିନିଧି ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.