ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ବଲାଙ୍ଗିର ଶାଖା ଓ ବଲାଙ୍ଗିର ଆୟୁର୍ବେଦ କଲେଜର ମିଳିତ ସହଯୋଗରେ ଏକ ଆଲୋଚନାଚକ୍ର, ପର୍ଯ୍ୟାବରଣ ଓ ଆୟୁର୍ବେଦ ତଥା ଏକ କବିତା ପାଠୋତ୍ସବ ପରିବେଶ ଓ ପର୍ଯ୍ୟବରଣ ଉପରେ କବିତା ପାଠୋତ୍ସବ ହୋଇଥିଲା । ଏହି ସଭାରେ ସଭାପତିତ୍ୱ କରିଥିଲେ ଡ. ଭବାନୀ ଶଙ୍କର ପଟେଲ, ମୁଖ୍ୟ ଅତିଥି ପ୍ରଫେସର ଡାକ୍ତର ମନୋଜ କୁମାର ସାହୁ, ବକ୍ତା ଭାବରେ ଡାକ୍ତର ବିଶ୍ୱଜିତ ଦାଶ ତଥା ଡାକ୍ତର ଭାଗ୍ୟ ରଂଜନ ଦାଶ ବକ୍ତବ୍ୟ ରଖିଥିଲେ । ମଂଚ ପରିଚାଳନା କରିଥିଲେ ଡାକ୍ତର ନିଗମାନନ୍ଦ ବଳ ଓ କବିତା ସଂଯୋଜନା କରିଥିଲେ ବିଶିଷ୍ଟ କବି ଲିଲି ପଟେଲ ଓ ବିଶିଷ୍ଠ କଣ୍ଠଶିଳ୍ପୀ ଚୁମକୀ ଦାଶ, ପରିଷଦ ସଚିବ ରାମଚନ୍ଦ୍ର ପଟେଲ ପରିଷଦର ଉଦ୍ଦେଶ୍ୟ ଓ କାର୍ଯ୍ୟକ୍ରମ ଉପରେ ବକ୍ତବ୍ୟ ରଖିଥିଲେ । ଗିରିଜା ଶଙ୍କର ରଥ ପରିଷଦର ବିଭିନ୍ନ କାର୍ଯ୍ୟକ୍ରମ ସହ ରେବା ଅନୁଭୂତି ଓ ଆସନ୍ତା କୋଟିଆ (କୋରାପୁଟ) ସମ୍ମିଳନୀ ଉପରେ ସୂଚନା ଦେଇଥିଲେ । ବକ୍ତାମାନେ ତଥା ମୁଖ୍ୟ ଅତିଥି ମାତୃଭାଷା ଓଡିଆର ପ୍ରଶଂସା କରିଥିଲେ ଓ ଆୟୁର୍ବେଦ ସହ ପର୍ଯ୍ୟାବରଣର ସଂପର୍କକୁ ଗୁରୁତ୍ୱ ଦେଇଥିଲେ । କବିତା ପାଠୋତ୍ସବରେ ନିମ୍ନ ଲିଖିତ କବିମାନେ ଅଂଶଗ୍ରହଣ କରିଥିଲେ । ଅଭିଷେକ ତ୍ରିବେଦୀ, ଜାହ୍ନବୀ, ପ୍ରଗତି, ଭାଲେରାଓ, ପଙ୍କଜ ଉପାଧ୍ୟାୟ, ସୀତାରାମ ମେହେର, ଡା. ବିବେକ ଛାକେ, ଗୋପୀକୃଷ୍ଣ ପାଣ୍ଡିଆ, ବଳିଷ୍ଠ ପ୍ରଧାନ, ନଳିନୀ ପ୍ରଭା ଶତପଥି, ରାମ ଶଙ୍କର ଶତପଥି ଓ ଡ.ଭବାନୀ ଶଙ୍କର ପଟେଲ, ଗିରିଜା ଶଙ୍କର ରଥ, ଚୁମକୀ ଦାଶ, ଲିଲି ପଟେଲ, ଅରୁଷୀ ସିଂହ, ଶ୍ରେୟସୀ ନିଗମାନନ୍ଦ, ଦିବ୍ୟାରାଣୀ ବେହେରା, ଶକ୍ତି ସ୍ୱରୁପ ବ୍ରହ୍ମ, ସନାତନ ମିଶ୍ର, କବିତା ମିଶ୍ର, ସବିତା ଦାନୀ, ଗୋପୀନାଥ ଦଣ୍ଡସେନା । ଏହି ଅବସରରେ କବି ବଳିଷ୍ଠ ପ୍ରଧାନଙ୍କ କବିତା ସଂକଳନ ଅନ୍ତର୍ଦାହ, ଉନ୍ମୋଚନ ହୋଇଥିଲା । ସଭାପତି ଅଭିଭାଷଣ ଓ ଧନ୍ୟବାଦ ପରେ ସଭାସାଙ୍ଗ ହୋଇଥିଲା ।