ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷକ ଡଃ. ଦ୍ୱାଦଶ କୁମାର ପଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ପାଇକମାଲ ଥାନା ଅଧିକାରୀ କୈଳାସ ଚନ୍ଦ୍ର ପଧାନ ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ସାଇବର କ୍ରାଇମ ଫ୍ରଡ଼୍କଲ୍, ଡିଏଲ୍ ପ୍ରସ୍ତୁତି, ହେଲ୍ମେଟ୍ ପରିଧାନ, ମଟର ଗାଡି ଇନ୍ସୁରେନ୍ସ ଓ ସଡ଼କ ସୁରକ୍ଷା କ୍ଷେତ୍ରରେ ହେଉଥିବା ଅପରାଧ ଓ ସେଥିପାଇଁ ପ୍ରଣୀତ ନୂତନ ଆଇନ ସଂପର୍କରେ ବିଷଦ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀ ଓ କର୍ମଚାରୀ ଯୋଗଦାନ କରିଥିଲେ । ପରିଶେଷରେ ଅତିରିକ୍ତ ଥାନା ଅଧିକାରୀ ସଚିଦାନନ୍ଦ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।