ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପୁରେନା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ଏକ ପରିବେଶ ସଚେତନତା କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷକ ରେଣୁଧର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରକୃତିବନ୍ଧୁ ମୀନକେତନ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପରିବେଶ ଠିକ୍ ରହିଲେ ଜୀବଜଗତ ତିଷ୍ଠି ରହିବ ଏହା ଉପରେ ତାଙ୍କର ବକ୍ତବ୍ୟ ରଖିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଜୁଲାଇ ମାସରେ ବନମହୋତ୍ସବ ସପ୍ତାହ ପାଳନ ଅବସରରେ ଶ୍ରୀ ସାହୁ “ସୁରକ୍ଷିତ ଭବିଷ୍ୟତପାଇଁ ଗଛଟିଏ “କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଗୋଟିଏ ଗୋଟିଏ ଚାରାଗଛ ପ୍ରଦାନ କରିଥିଲେ । ଯେଉଁ ଛାତ୍ରଛାତ୍ରୀମାନେ ଗଛର ଉପଯୁକ୍ତ ଯତ୍ନନେଇ ଗଛଟିକୁ ବଞ୍ଚେଇ ବଢ଼େଇ ପାରିଛନ୍ତି ତାଙ୍କୁ ପ୍ରକୃତି ଯୋଦ୍ଧା ଭାବରେ ମାନପତ୍ର ପ୍ରଦାନ କରାଗଲା । ଶିକ୍ଷକ ପ୍ରମୋଦ ନାଥଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଚନ୍ଦ୍ରଭାନୁ ବଡଗୁଛିଆ ଓ ସୁରେଶ ପଟେଲ ସହଯୋଗ କରିଥିଲେ ଓ ଶ୍ରୀମତୀ ନନ୍ଦିନୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।