ବଲାଙ୍ଗିରରେ ପହଂଚିଲା ଦଳିତ ସଚେତନତା ରଥ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ପହଂଚିଛି ଦଳିତ ସଚେତନତା ରଥ । କଳାହାଣ୍ଡି ଅମାଟ୍‌ ଛକରୁ ଏହି ରଥ ବାହାରିଥିବା ବେଳେ ପଶ୍ଚିମ ଓଡ଼ିଶାର ୧୧ ଜିଲ୍ଲା ଏହି ରଥ ପରିକ୍ରମା କରିବ ବୋଲି କୁହାଯାଇଛି । କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲା ବୁଲିବା ପରେ ଆଜି ପାଟଣାଗଡ଼ ଦେଇ ବଲାଙ୍ଗିରରେ ପହଂଚିଛି ସଚେତନତା ରଥ । ତେବେ ଏସ୍‌ସି ତାଲିକାରୁ କେଉଁଟ, କୈବର୍ତ୍ତ ଓ ଧୀବର ଜାତିକୁ ବାଦ୍‌ ଦେବାକୁ ଦଳିତ ସଚେତନତା ରଥ ମାଧ୍ୟମରେ ଦାବୀ କରାଯାଇଛି । ଆସନ୍ତା ୧୯ ତାରିଖ ଦିନ ପଶ୍ଚିମ ଓଡ଼ିଶାର ସମସ୍ତ ଅଂଚଳ ବୁଲି ଏହି ରଥ ସମ୍ବଲପୁର ଆର୍‌ଡ଼ିସି ଅଫିସ୍‌ରେ ପହଂଚିବ ଓ ସେଠାରେ ଆନ୍ଦୋଳନ କରାଯିବ ବୋଲି ସୂଚନା ଦିଆଯାଇଛି । ଏପରିକି ୨୦ ତାରିଖ ଦିନ ବହୁସଂଖ୍ୟା ଏସ୍‌ସି ତାଲିକାଭୁକ୍ତ ଭାଇମାନେ ଭୁକ୍‌ ହରତାଲ୍‌ରେ ବସିବାର କାର୍ଯ୍ୟକ୍ରମ ରହିଥିବା କୁହାଯାଇଛି ।

Leave A Reply

Your email address will not be published.