oom

ପିଏମ୍ ବିଶ୍ୱକର୍ମା ଯୋଜନାର ସଫଳ ରୂପାୟନ ନିମନ୍ତେ ସଚେତନତା ଭିତ୍ତିକ କର୍ମଶାଳା ଅନୁଷ୍ଠିତ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପିଏମ୍ ବିଶ୍ଵକର୍ମା ଯୋଜନାର ସମୃଦ୍ଧି ଓ ହିତାଧିକାରୀଙ୍କୁ ସଚେତନ‌ତା ନିମନ୍ତେ ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁରସ୍ଥିତ ଜିଲ୍ଲା ପରିଷଦ ଋଷିକୁଲ୍ୟା ଭବନଠାରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ଯୋଜନା ମାଧ୍ୟମରେ ହିତାଧିକାରୀମାନେ ବିଶ୍ୱକର୍ମା ଭାବରେ ସ୍ଵୀକୃତି ପ୍ରଦାନ ପାଇବା ପାଇଁ ପିଏମ୍ ବିଶ୍ଵକର୍ମା ପ୍ରମାଣପତ୍ର ଏବଂ ପରିଚୟ ପ୍ରଦାନ, ମୌଳିକ ପ୍ରଶିକ୍ଷଣ ପରେ ଦକ୍ଷତା ଯାଞ୍ଚ, ଉନ୍ନତ ପ୍ରଶିକ୍ଷଣ, ପ୍ରଶିକ୍ଷଣ ଭତ୍ତା, ବନ୍ଧକ ମୁକ୍ତ ଋଣ ସହାୟତା ଇତ୍ୟାଦି ବିଷୟ ଉପରେ ଏହି ଯୋଜନାରେ ଅନ୍ତର୍ଭୁକ୍ତକାରୀଙ୍କୁ ସଚେତନତା କରାଯାଇଛି । ଏହି ଯୋଜନାରେ କାରିଗର ତଥା ଶିଳ୍ପୀ ଅର୍ଥାତ୍ ଟେଲର, ରାଜମିସ୍ତ୍ରୀ, ବାରିକ, ଝୁଡି ବୁଣାଳି, କତା ବୁଣାଳି, ଝାଡୁ ନିର୍ମାତା, ସଉପ ନିର୍ମାତା, ମାଳାକାର, ଧୋବା, ମାଛଧରା ଜାଲ ବୁଣାଳି, କମାର, ବଣିଆ, କୁମ୍ଭାର, ମୂର୍ତ୍ତିକାର, ପଥର ଖୋଦଳକାରୀ, ହାତୁଡି ଓ ସାଜଞ୍ଜମ ନିର୍ମାତା, ମୋଚି, କଣ୍ଢେଇ ଏବଂ ଖେଳନା ନିର୍ମାତା, ତାଲା ନିର୍ମାତା, ଅସ୍ତ୍ରଶସ୍ତ୍ର ନିର୍ମାତା ଓ ଡଙ୍ଗା ନିର୍ମାତା ଆଦି ବୃତ୍ତିର ହିତାଧିକାରୀମାନେ ସାମିଲ ହୋଇପାରିବେ । ଏହି ଯୋଜନାରେ ଏହି ବର୍ଗର ହିତାଧୂକାରୀଙ୍କ ପାଇଁ ରହିଥଥିବା ବିଭିନ୍ନ ସହାୟତା ଉପରେ ରାଜ୍ୟ ଓ ଜିଲ୍ଲାର ଏମ୍ଏସ୍ଏମ୍ଇ ବିଭାଗର ଅଧିକାରୀମାନେ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଭି. କୀର୍ତ୍ତି ଭାସନ୍ ଯୋଗଦେଇ ଏହି ଯୋଜନାକୁ ସଫଳ ରୂପାୟନ କରିବାକୁ ହେଲେ ସବୁବର୍ଗ ହିତାଧିକାରୀଙ୍କୁ ସଚେତନତତା ହେବାକୁ ପଡିବ । ତେବେ ଏହି ଯୋଜନା ନିଶ୍ଚିତ ଭାବେ ସଫଳ ହୋଇପାରିବ । ଏମ୍ଏସ୍ଏମ୍ଇ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ପି.କେ.ଗୁପ୍ତା ସହକାରୀ ନିର୍ଦ୍ଦେଶକ ସୁବାସ କୁମାର ସାହୁ ଏବଂ ଗଞ୍ଜାମ ଜିଲ୍ଲା ସାଧାରଣ ପରିଚାଳକ (ଡିଆଇସି) ପ୍ରସନ୍ନ କୁମାର ପାତ୍ର ପ୍ରମୁଖ ପ୍ରମୁଖ ଉପସ୍ଥିତ ରହି ହିତାଧିକାରୀଙ୍କୁ ଏହି ଯୋଜନାର ସମସ୍ତ ସ୍କିମ୍ ବିଷୟରେ ସଚେତନ କରିଥିଲେ । ଶେଷରେ ରାଜ୍ୟ ଏମ୍‌ଏସ୍ଏମ୍‌ଇ ବିଭାଗର ସହକାରୀ ନିର୍ଦ୍ଦେଶକ ସନ୍ତୋଷ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.