
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହରରେ ସଡକ ସୁରକ୍ଷା ପରିବାର ରକ୍ଷା ସଂକ୍ରାନ୍ତ ସଚେତନତା ରାଲି ସୋମବାର ଦିନ ଅପରାହ୍ନରେ ବାହାରି ସହର ପରିକ୍ରମା କରିଥିଲେ । ଏହି ରାଲି ଛତ୍ରପୁର ମୁଖ୍ୟ ସଡ଼କପଥ ରିକାପଲ୍ଲୀ ଛକଠାରୁ ବାହାରିଥିଲା । ଛତ୍ରପୁର ଏସ୍ଡିପିଓ ଗୌର ହରି ସାହୁ, ଛତ୍ରପୁର ଥାନା ଅଧିକାରୀ ନିରୋଦ ଚନ୍ଦ୍ର ଦାସ୍, ଗଞ୍ଜାମ ଆର୍ଟିଓ ମାନସ ରଞ୍ଜନ ସାହୁ ମିଳିତ କ୍ରମେ ସବୁଜ ପତାକା ଦେଖାଇ ଆନୁଷ୍ଠାନିକ ଭାବେ ଏହି ରାଲିକୁ ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏମ୍ଭିଆଇ ରବିନ୍ଦ୍ରନାଥ ଜେନା ଏବଂ ଅନ୍ୟ ପୋଲିସ୍ କର୍ମଚାରୀ, ପୋଲିସ୍ ଅଫିସରଙ୍କ ସହଯୋଗରେ ଡାକବାଜି ଯନ୍ତ୍ରରେ ଗୀତ ବଜାଇ କଲେଜସ୍ତରୀୟ ଛାତ୍ରଛାତ୍ରୀମାନଙ୍କୁ ନେଇ ସଡ଼କ ସୁରକ୍ଷା ସଚେତନତା ରାଲି ସହର ପରିକ୍ରମା କରି ଜନସଚତନତା ସୃଷ୍ଟି କରିଛି ।
