
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଓଡିଶା ସରକାରଙ୍କ ପ୍ରାୟୋଜିତ ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମର ଗୁରୁବାର, ଶୁକ୍ରବାର ଦିବସରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଗାଦିବ୍ରହ୍ମ ଡିଗ୍ରୀ କଲେଜ ପକ୍ଷରୁ ଆୟୋଜିତ ଶନିବାର ଦିବସରେ ପଲିଥିନ ମୁକ୍ତ ବାର୍ତ୍ତା ନେଇ କଲେଜରୁ ଏକ ସଚେତନତା ରାଲି ବାହାରି ଡେଲାଙ୍ଗ ବଜାର ପରିକ୍ରମା କରିଥିଲା । ଏହାପରେ ଛାତ୍ରଛାତ୍ରୀମାନେ ସ୍ଥାନୀୟ ମେଳଣ ପଡିଆରେ ପହଞ୍ଚି ମେଳଣ ପଡିଆ ପରିସରକୁ ସଫେଇ କରିଥିଲେ । ଏଥିସହ ଛାତ୍ରଛାତ୍ରୀମାନେ ସେଠାରେ ପଥପ୍ରାନ୍ତ ନାଟକ ପରିବେଷଣ ମାଧ୍ୟରେ ପ୍ଲାଷ୍ଟିକର ଅପକାରିତା ଉପରେ ସଚେତନ କରିଥିଲେ । ପଲଥିନି ଜରି ଖାଇ ଗାଈଗୋରୁ କିଭଳି ଅକାଳରେ ମୃତ୍ୟୁବରଣ କରୁଛନ୍ତି ଓ ଏହା ଦ୍ୱାରା କିଭଳି ପରିବେଶ ଦୂଷିତ ହେଉଛି ଜନସାଧାରଣଙ୍କୁ ସଚେତନ କରିଥିଲେ । ଏହି କାର୍ଯ୍ୟକ୍ରମକୁ କଲେଜ ଅଧ୍ୟକ୍ଷ ଡକ୍ଟର ସରୋଜ ପଣ୍ଡା ଉଦ୍ଘାଟନ କରିଥିଲେ । ସାମାଜିକ କାର୍ଯ୍ୟକ୍ରମର ନୋଡାଲ ଅଫିସର ଡ଼. ଲକ୍ଷ୍ମୀଧର ପାଇକରାୟ ଏହାକୁ ପରିଚାଳନା କରିଥିଲେ । କଲେଜର ଅଧ୍ୟାପକ, ଅଧ୍ୟାପିକା ଓ ଶିକ୍ଷା କର୍ମଚାରୀ ଏଥିରେ ସାମିଲ ହୋଇଥିଲେ । ସେଠାରେ ସ୍ଥାନୀୟ ସରପଞ୍ଚ ଦୀପକ କୁମାର ସାହୁ ଛାତ୍ରଛାତ୍ରୀମାନଙ୍କ ରାଲିକୁ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମକୁ ଭୁୟସୀ ପ୍ରଶଂସା କରିଥିଲେ । ସେହିପରି ବେନୁପଡ଼ା ଗ୍ରାମରେ କଲେଜ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ନେଇ କ୍ଷୁଦ୍ର ନାଟକ ମାଧ୍ୟରେ କିପରି ସୁସ୍ଥ ଓ ନିରୋଗ ରହିବେ ପରିମଳ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିସହିତ ପରିମଳ ଅଭିଯାନ ଉପରେ ଏକ ଆଲୋଚନା ଚକ୍ର ବେନୁପଡ଼ା ମଠ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କଲେଜ ଅଧକ୍ଷ ଡକ୍ଟର ସରୋଜ ପଣ୍ଡା, ନୋଡାଲ ଅଫିସର ଅଧ୍ୟାପକ ଡକ୍ଟର ଲକ୍ଷ୍ମୀଧର ପାଇକରାୟ, ଅଧ୍ୟାପିକା ଭବାନୀ ପ୍ରିୟଦର୍ଶିନୀ ମହାନ୍ତି ପ୍ରମୁଖ ଯୋଗଦେଇ ପରିମଳ, ସ୍ୱାସ୍ଥ୍ୟ, ପରିବେଶ ଉପରେ ବକ୍ତବ୍ୟ ରଖିଥିଲେ । ଅଧ୍ୟାପକ ତ୍ରିନାଥ ପରିଡା, ସମ୍ରାଟ କିଶୋର ଗିରି, ଯୁଧିଷ୍ଠିର ଘଟୁଆରୀ, ପ୍ରମୋଦିନି ମହାପାତ୍ର, ଜ୍ୟୋର୍ତିମୟୀ ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସୁଚାରୁରୂପେ ପରିଚାଳନା କରିଥିଲେ । ଅଙ୍ଗନୱାଡି କର୍ମୀ, ସୁପରଭାଇଜର, ଆଶା କର୍ମୀ ସମେତ କଲେଜର ଦେଢ଼ ଶହରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ ।
