ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ସଭାଗୃହ ଠାରେ ସରପଞ୍ଚ, ସମିତିସଭ୍ୟ ଓ ଓଡିଶା ଜୀବିକା ମିଶନର ସିଆରପି ଓ କୃଷିମିତ୍ର, ସରକାରୀ କୃଷି ବିଭାଗ ଓ ଚାଷୀ ମାନଙ୍କୁ ନେଇ ମିଲେଟ ମିଶନର ପ୍ରଚାର ପ୍ରସାର କିଭଲି ଭାବରେ ହୋଇ ପାରିବ ଆଲୋଚନା କରିଥିଲେ । ମୁଖ୍ୟଅତିଥି ଭାବେ ପାଇକମାଲ ବିଡିଓ ସୁରେନ୍ଦ୍ର ନାଥ ସାହୁ ଯୋଗଦାନ ଉଦ୍ଘାଟନ କରି ମିଲେଟ ଜାତୀୟ ଖାଦ୍ୟର ବ୍ୟବହାର ନିତାନ୍ତ ଆବଶ୍ୟକ ବୋଲି କହିଥିଲେ । ବର୍ତ୍ତମାନରେ ହେଉଥିବା ବିଭିନ୍ନ ରୋଗ ଓ ତାହାର ନିରାକରଣ ପାଇଁ ମିଲେଟ ହିଁ ସାହାର୍ଯ୍ୟ କରିବ ବୋଲି ମତପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବେ ପାଇକମାଲ ବ୍ଳକ କୃଷି ଅଧିକାରୀ ସୋମନାଥ ମହାପାତ୍ର ଯୋଗଦେଇ ଦେଇ ମିଲେଟ ଚାଷକୁ କିପରି ସମସ୍ତେ ନିଜର ମୁଖ୍ୟ ଫସଲ ଭାବରେ ଚାଷ କରାଯିବ ତାହା ଉପରେ ଚାଷୀମାନଙ୍କୁ ଅଧିକ ଗୁରୁତ୍ବ ଦେବା ପାଇଁ ପରାମର୍ଶ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ପାଇକମାଲ ବ୍ଳକ ଆତ୍ମା ଅଧ୍ୟକ୍ଷ ଯୋଗେନ୍ଦ୍ର ଭୋଇ, ମିଶନ ଶକ୍ତି କ୍ଲବ ସଂଯୋଜକ ଅଧିକାରୀ ଦୈତାରୀ ବେହେରା, ଓଡ଼ିଶା ଜିବିକା ମିଶନ ସଂଯୋଜକ ଇନ୍ଦ୍ରମଣି କୁମ୍ଭାର, ପାଇକମାଲ ଜିଲ୍ଲା ପରିଷଦ ସଦସ୍ୟ ସୁରେନ୍ଦ୍ର ପ୍ରତାପ ସିଂହ ବରିହା ପ୍ରମୁଖ ଯୋଗଦେଇ ଥିଲେ । ଏହି ସଭାକୁ ଓଡ଼ିଶା ମିଲେଟ ମିଶନର ବରଗଡ ଜିଲ୍ଲା ସଂଯୋଜକ ସବ୍ୟସାଚି ହନୁମାନ ଓଡ଼ିଶା ମିଲେଟ ମିଶନ ଲକ୍ଷ୍ୟ ଉଦ୍ଦେଶ୍ୟ ଆଲୋଚନା କରିଥିଲେ । ଶେଷରେ ପାଇକମାଲ ବ୍ଲକରେ କାର୍ଯ୍ୟ କରୁଥିବା ଅହିଂସା ବ୍ଲକ ସଂଯୋଜକ ଗୌର ଚରଣ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାରେ ମାର୍ଜାର କେଶରୀ କୃଷକ ଉତ୍ପାଦକ କଂପାନୀ ଲିଃ କର୍ମକର୍ତ୍ତା ଓ ଅହିଂସା ବ୍ଲକ ସମସ୍ତ ସଦସ୍ୟ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।