centurian jitm

ପ୍ଲାଷ୍ଟିକ ମୁକ୍ତ, ପରିବେଶ ସୁରକ୍ଷା ଓ ଜଳକୁ ସଞ୍ଚୟ କରିବା ନେଇ ନିଆରା ସଚେତନତା କାର୍ଯ୍ୟକ୍ରମ

nschool

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ଲାଷ୍ଟିକ ମୁକ୍ତ, ପରିବେଶ ସୁରକ୍ଷା ଓ ଜଳକୁ ସଞ୍ଚୟ କରିବା ନେଇ ନିଆରା ସଚେତନତା କାର୍ଯ୍ୟକ୍ରମ ଛତ୍ରପୁରରେ ସଂଗଠିତ ହୋଇଛି । ଏନେଇ ଛାତ୍ରଛାତ୍ରୀ ମାନେ ସଚେତନ ହେଲେ ସମଗ୍ର ସମାଜ ସଚେତନ ହେବ ବୋଲି ମତପ୍ରକାଶ ପାଇଛି । ଛାତ୍ରଛାତ୍ରୀମାନେ ପ୍ରଥମେ ସଚେତନ ହେଲେ ଅଭିଭାବକମାନେ ସଚେତନ ହୋଇପାରିବେ । ଏହା ସହିତ ସମାଜ ସଚେତନ ହୋଇପାରିବ । ଆଜିର ସମାଜରେ ପରିବେଶ ସୁରକ୍ଷା, ଜଳର ସଂରକ୍ଷଣ ଓ ପ୍ଲାଷ୍ଟିକ ମୁକ୍ତ କରିବା ନେଇ ସରକାର ଗୁରୁତ୍ୱ ଦେଇ ଆସୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଆଉ ପାଦେ ଆଗକୁ ଆସି ଋଷିକୂଲ୍ୟା ରୟତ ମହାସଭା ଓ ରାଧେଶ୍ୟାମ ଫାଉଣ୍ଡେସନ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଏକ ନିଆରା ସଚେତନତା କାର୍ଯ୍ୟକ୍ରମ ଗୁରୁବାର ଆୟୋଜନ ହୋଇଥିବା ଦେଖିବାକୁ ମିଳିଛି । ଛତ୍ରପୁର ଶ୍ରୀ ରାମନଗର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ ଋଷିକୂଲ୍ୟା ରୟତ ମହାସଭାର ସମ୍ପାଦକ ସିମାଞ୍ଚଳ ନାହାକଙ୍କ ପୌରୋହିତରେ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ଲାଷ୍ଟିକ ମୁକ୍ତ, ଗଛ ଲଗାଇବା ଏବଂ ତାହାର କିପରି ଯତ୍ନ ନେବା, ପରିବେଶ ସୁରକ୍ଷା ଏବଂ ଜଳର ସଂରକ୍ଷଣ ସମ୍ପର୍କରେ ବିଭିନ୍ନ ମତ ପ୍ରକାଶ କରିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ଛତ୍ରପୁର ଏନ୍‌ଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଏନ୍‌ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ସମ୍ବିତ ସଂଗ୍ରାମଜିତ ସାହୁ, ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ପରିବେଷବିତ ତଥା ଆର୍ଯ୍ୟଭଟ ସଂଗଠନର ସୁଧୀର ରାଉତ, ରାଧେଶ୍ୟାମ ଫାଉଣ୍ଡେସନ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟର ସଭାପତି ତଥା ୧୦ନଂ ୱାର୍ଡ କାଉନସିଲର ଦେବାଶିଷ ମିଶ୍ର, ହାଇକୋର୍ଟ ଓକିଲ ପଦ୍ମଚରଣ ସାହୁ, ଯୁବ ଆଇନଜୀବୀ କେ. ଚନ୍ଦ୍ର ଶେଖର ରେଡ୍ଡୀ, କବି ଡ଼ଃ ପ୍ରଶାନ୍ତ ଶତପଥୀ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଉପେନ୍ଦ୍ର ମହାନ୍ତି, ପ୍ରଧାନ ଆଚାର୍ଯ୍ୟ ରବୀନ୍ଦ୍ର ନାଥ ଦାଶ ପ୍ରମୁଖ ଯୋଗ ଦେଇ ଉପସ୍ଥିତ ଛାତ୍ର ଛାତ୍ରୀମାନଙ୍କୁ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସଚେତନ କରାଇ ଥିଲେ, ଏହାସହିତ ସେମାନେ କିପରି ନିଜ ଅଭିଭାବକ ମାନଙ୍କୁ ଅଧିକରୁ ଅଧିକ ସଚେତନ କରାଇପାରିବେ ସେ ସମ୍ପର୍କ ମଧ୍ୟ ସେମାନେ କହିଥିଲେ । ଏହା ସହିତ ପ୍ଲାଷ୍ଟିକ ମୁକ୍ତ, ପରିବେଶ ସୁରକ୍ଷା ଓ ଜଳକୁ ନଷ୍ଟ ନ କରି ସଂଚୟ କରିବା ଉପରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ରବିନ୍ଦ୍ର ନାଥ ଦାଶ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ । ପରେ ଏକ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ସମସ୍ତ ଅତିଥିମାନେ ନିଜେ ନିଜେ ଦସ୍ତଖତ କରିଥିଲେ, ପରେ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଚାରା ଏବଂ ପ୍ଲାଷ୍ଟିକ ମୁକ୍ତ ବ୍ୟାଗ ବଣ୍ଟନ କରାଯାଇଥିଲା । ଶେଷରେ ରାଧେଶ୍ୟାମ ଫାଉଣ୍ଡେସନ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟର ସଭାପତି ଦେବାଶିଷ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.