୫ଟି ବନ୍ଦେ ଭାରତ ଟ୍ରେନକୁ ସବୁଜ ପତାକା ଦେଖାଇଲେ ପିଏମ୍‌ ମୋଦୀ

ଭୋପାଳ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୋପାଳର ରାଣୀ କମଳାପତି ରେଳ ଷ୍ଟେସନରୁ ସାରା ଦେଶରେ ଚାଲୁଥିବା ୫ଟି ବନ୍ଦେ ଭାରତ ଟ୍ରେନକୁ ସବୁଜ ପତାକା ଦେଖାଇଛନ୍ତି । ଷ୍ଟେସନରୁ ଭୋପାଳ ମଧ୍ୟରେ ଇନ୍ଦୋର ପର୍ଯ୍ୟନ୍ତ ଚାଲୁଥିବା ବନ୍ଦେ ଭାରତ ଟ୍ରେନକୁ ପିଏମ୍‌ ମୋଦୀ ସବୁଜ ପତାକା ଦେଖାଇଥିବା ବେଳେ ଦେଶର ଅନ୍ୟ ଚାରିଟି ରୁଟରେ ଚାଲୁଥିବା ଅନ୍ୟ ୪ଟି ବନ୍ଦେ ଭାରତ ଟ୍ରେନକୁ ମଧ୍ୟ ସବୁଜ ପତାକା ଦେଖାଇଛନ୍ତି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଭୋପାଳର ରାଣୀ କମଳାପତି ରେଳ ଷ୍ଟେସନରେ ବନ୍ଦେ ଭାରତ ଟ୍ରେନରେ ସ୍କୁଲ ଛାତ୍ରଛାତ୍ରୀଙ୍କ ସହ କଥାବାର୍ତ୍ତା କରିଥିଲେ ।

Leave A Reply

Your email address will not be published.