ବ୍ରହ୍ମପୁରରେ କିନ୍ନରମାନେ ପାଳିଲେ ସାବିତ୍ରୀ ବ୍ରତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ସାବିତ୍ରୀ ବ୍ରତ ପାଳିଲେ, ମାଆ, ମାଉସୀ, ବୋହୂ, ଝିଅମାନେ । ଦକ୍ଷିଣାଞ୍ଚଳରେ ମହିଳାମାନଙ୍କ ସାବିତ୍ରୀ ବ୍ରତ ପାଳନରେ ଏକଭିନ୍ନ ପରମ୍ପରା ଦେଖିବାକୁ ମିଳେ । ଯାହା ଅନ୍ୟସ୍ଥାନ ଠାରୁ କିଛିଟା ଅଲଗା ପରି ମନେହୁଏ । ତେବେ ତୃତୀୟଲିଙ୍ଗ ତାଲିକାରେ ସ୍ଥାନପାଇଥିବା ଗଞ୍ଜାମ ଜିଲ୍ଲା କିନ୍ନର ମହାସଂଘ ପକ୍ଷରୁ ମଧ୍ୟ ପାରମ୍ପରୀକ ସାବିତ୍ରୀ ବ୍ରତ ମହାସମାରୋହରେ ପାଳନ କରିଛନ୍ତି । ଯାହା ସେମାନେ କୌଣସି ମହିଳାଙ୍କ ଠାରୁ ବି କିଛି କମ୍‌ ନୁହନ୍ତି, ବୋଲି ପ୍ରତିପାଦିତ କରିଛନ୍ତି । ଏହି ନିଆରା ଦୃଶ୍ୟ ଦେଖି ସମସ୍ତେ ଆଶ୍ଚର୍ୟ୍ୟ ହୋଇଉଠିଛନ୍ତି ।

Leave A Reply

Your email address will not be published.