- ଛାତ୍ର ବତ୍ସଳ ଗୁରୁଜୀ ପ୍ରାଣବନ୍ଧୁ ନାୟକଙ୍କ ୯୬ତମ ଜନ୍ମ ଦିବସ ପାଳିତ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୃଥ୍ୱୀରାଜ ହାଇସ୍କୁଲର ବର୍ଷିୟାନ ଶିକ୍ଷାବିତ୍ ତଥା ରାଜ୍ୟ ସରକାରଙ୍କ ଆଦର୍ଶ ଶିକ୍ଷକ ପୁରସ୍କାରପ୍ରାପ୍ତ ପ୍ରବୀଣ ଶିକ୍ଷକ ପ୍ରାଣବନ୍ଧୁ ନାୟକଙ୍କ ୯୬ତମ ଜନ୍ମ ଜୟନ୍ତୀ ସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଏକ ନିରାଡାମ୍ବର କାର୍ଯ୍ୟକ୍ରମରେ ବଲାଙ୍ଗିର ସହରର ବହୁ ଶିକ୍ଷାବିତ୍ ତଥା ସମାଜର ବିଭିନ୍ନ ବର୍ଗର ଜନସାଧାରଣ ଶ୍ରୀ ନାୟକଙ୍କୁ ପୁଷ୍ପଗୁଚ୍ଛ, ଅଙ୍ଗବସ୍ତ୍ର ଏବଂ ମିଷ୍ଠାନ୍ନ ଦେଇ ସମ୍ବର୍ଦ୍ଧିତ କରି ତାଙ୍କର ନିରାମୟ ଜୀବନ କାମନା କରିଥିଲେ । ପୂର୍ବତନ ପ୍ରାଧ୍ୟାପକ ସୁଭାଷ ଠାକୁର, ଏଡ୍ଭୋକେଟ ଗଣପତି ପୁରୋହିତ, ରାଜେନ୍ଦ୍ର ମହାବିଦ୍ୟାଳୟର ପ୍ରାକ୍ତନ ପ୍ରାଧ୍ୟାପକ ସତ୍ୟବନ୍ତ ବେଦବାକ, ସାମାଜିକ କର୍ମୀ ଡିଙ୍ଗର ମିଶ୍ର, ଡଃ ଗୋବର୍ଦ୍ଧନ ନାୟକ, ପିଆର ହାଇସ୍କୁଲ ପୂର୍ବତନ ପ୍ରଧାନ ଆଚାର୍ଯ୍ୟ ଗିରିଜା ଶଙ୍କର ରଥ, ଅଚ୍ୟୁତାନନ୍ଦ ମିଶ୍ର, ନେତାଜୀ ସଂଗ୍ରାମୀ ପରିଷଦର ଉପଦେଷ୍ଟା ରାଜେନ୍ଦ୍ର ଶର୍ମା, ସଭାପତି ଲକ୍ଷ୍ମୀନାରାୟଣ ପଟ୍ଟନାୟକ ତଥା ପୃଥ୍ୱୀରାଜ ହାଇସ୍କୁଲର ବହୁ ପୁରାତନ ଛାତ୍ର ଏବଂ ବଲାଙ୍ଗିର ସହରର ବହୁ ଗଣ୍ୟମାନ୍ୟ ବକ୍ତି ବିଶେଷ ଶ୍ରୀ ନାୟକଙ୍କ ବାସଭବନକୁ ଯାଇ ଶୁଭେଚ୍ଛା ଜ୍ଞାପନ କରିଥିଲେ ।