ଟାଇକଣ୍ଡୋ ସଂଘର ବଡ ସଫଳତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ତା.୧୬.୦୮.୨୦୨୪ ଓ ତା.୨୭.୦୮.୨୦୨୪ ଧରି କେନ୍ଦୁଝରର ନିର୍ମଳା କନ୍‌ଭେନ୍ଟ ସ୍କୁଲରେ ସି. ଆଇ. ଏସ୍‌. ସି. ଇ ରେଜିଓନାଲ ଟାଇକଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅସୀମ ଟାଇକଣ୍ଡୋ ଏକାଡେମୀର ଛାତ୍ର ଶ୍ରେୟାଂଶ କୁମାର ସିଂ ଭଞ୍ଜ (୧୪ ବର୍ଷରୁ କମ୍) (-୩୮ କେଜି) ଫାଇଟରେ ସ୍ୱର୍ଣ୍ଣ ପଦକ, ଅମନ ଆଚାର୍ଯ୍ୟ (୧୭ ବର୍ଷରୁ କମ୍‌) (-୫୫ କେଜି) ଫାଇଟ୍‌ରେ ରୌପ୍ୟ ଓ ଶ୍ରେୟାଂଶ ମିଶ୍ର (୧୪ ବର୍ଷରୁ କମ୍‌) (+୪୧ କେଜି) ଫାଇଟ୍‌ ବିଭାଗରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ସମସ୍ତ ଛାତ୍ର ରେଲୱେ ଷ୍ଟେସନ୍‌ ଛକ ସ୍ଥିତ ଅସିମ ଟାଇକଣ୍ଡୋ ଏକାଡେମୀରେ କୋଚ୍‌ ଅସୀମ ଭୋଇଙ୍କ ଟାଇକଣ୍ଡୋ ପ୍ରଶିକ୍ଷଣ ନେଉଛନ୍ତି । ଆଗାମୀ ଦିନରେ ଏହି ଟାଇକଣ୍ଡୋ ଏକାଡେମୀ ପାଇଁ ଭିତ୍ତିଭୂମିର ବିକାଶ କରାଗଲେ ଛାତ୍ରଛାତ୍ରୀମାନେ ଅଲମ୍ପିକ ଖେଳିବାର ସ୍ୱପ୍ନ ମଧ୍ୟ ଦେଖିପାରିବେ ଛାତ୍ର ଗଣ ପ୍ରକାଶ କରିଛନ୍ତି । ଏହି ଛାତ୍ର ଗଣ ଲିଟିଲ ଫ୍ଲାୱାର ସ୍କୁଲରେ ଅଧ୍ୟୟନ କରୁଛନ୍ତି । ଆଗାମୀ ଦିନରେ ସିଆଇଏସ୍‌ସିଇ ତରଫରୁ ହେବାକୁ ଥିବା ଜାତୀୟ ସ୍ତରୀୟ ଟାଇକଣ୍ଡୋ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଶ୍ରେୟାଂଶ କୁମାର ସିଂ ଭଞ୍ଜ ମନୋନିତ ହୋଇଛନ୍ତି । ଏ ଅବସରରେ ସମସ୍ତ କୃତି ଛାତ୍ରଙ୍କୁ ଓଡିଶା ଟାଇକଣ୍ଡୋ ଏସୋସିଏସନ୍‌ ସମ୍ପାଦକ ମନମୋହନ ଭଞ୍ଜ, ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ ସଂଘ ସଭାପତି ହେମନ୍ତ ପଣ୍ଡା, ସାଧାରଣ ସଂପାଦକ ତଥା କୋଚ୍‌ ଅସୀମ କୁମାର ଭୋଇ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.