ଖଦ୍ୟୋତ ଅନୁଷ୍ଠାନର ସାଧାରଣ ସଭା ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାଲପଡା ସ୍ଥିତ ଖଦ୍ୟୋତ ଅନୁଷ୍ଠାନ ତରଫରୁ ଏକ ସାଧାରଣ ସଭା ସଭାପତି ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ରାଜେନ୍ଦ୍ର ୟୁନିଭରସିଟିର ଓଡିଆ ବିଭାଗର ମୁଖ୍ୟ ପ୍ରଫେସର ଡାଃ ବଳଭଦ୍ର ଦାଶ ମୁଖ୍ୟ ଅତିଥି ଓ ସାମ୍ବାଦିକ ଆକୁଳ ବେହେରା ମଞ୍ଚାସୀନ ଥିଲେ । ଅନୁଷ୍ଠାନ ତରଫରୁ ସିବିଏସ୍‌ସି ଓ ସିଏଚ୍‌ଏସ୍‌ସି ପରୀକ୍ଷାରେ ୯୦ ପ୍ରତିଶତରୁ ଉପରେ ମାର୍କ ରଖି କୃତିତ୍ୱ ଅର୍ଜନ କରିଥିବା ଭାବନା ଚୌଧୁରୀ, ପ୍ରତିଶୃତି ନାଏକ ଓ ସଂସ୍କାର ଅଗ୍ରୱାଲଙ୍କୁ ମାନପତ୍ର, ଟ୍ରଫି, ଚାରା ଗଛ ଓ ପଦକ ଦେଇ ସମ୍ମାନିତ କରାଯାଇଥିଲା । ଚାରା ଗଛ ଦେଇ ସମାଜକୁ ପରିବେଶ ସୁରକ୍ଷା ବାର୍ତ୍ତା ଦିଆଯାଇଥିଲା । ଅନୁଷ୍ଠିତ ସଂଗୀତ ପ୍ରତିଯୋଗିତାରେ ଆଦ୍ୟାସା ଚାନ୍ଦ, ନୈତିକ ରଂଜନ ଦାଶ ଓ ପୂର୍ବରୁ କରାଯାଇଥିବା ଡ୍ରଇଂ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ପଦକ, ମାନପତ୍ର ଓ ଚାରାଗଛ ଦେଇ ପୁରସ୍କୃତ କରାଯାଇଥିଲା । ପ୍ରତିଯୋଗିତାରେ ବିଚାରକ ଭାବରେ କଳାଧାମ ଆର୍ଟ ଇନ୍‌ଷ୍ଟିଚ୍ୟୁଟର ଅଧ୍ୟକ୍ଷ ଦିଲ୍ଲିପ କୁମାର ସିଂଦେଓ ଯୋଗ ଦେଇଥିଲେ । ଉକ୍ତ ସଭାରେ ଉପସଭାପତି ରବିଚନ୍ଦ୍ର ପଶାୟତ, ପରିବେଶବିତ୍‌ ନିଳମଣି ବିଶ୍ୱାଲ, ସମାଜସେବୀ ହଲଧର ସା, ଦେବାଞ୍ଜନ ନାଏକ, ଗୋବର୍ଦ୍ଧନ ଦାଶ ପ୍ରମୁଖ ଉପସ୍ଥିତ ରହି ନିଜର ବକ୍ତବ୍ୟ ରଖିଥିଲେ । ସାଂଗଠନିକ ସଂପାଦକ ଆନନ୍ଦ ଚନ୍ଦ୍ର ବଡପଣ୍ଡା କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ସଂପାଦନ କରିଥିଲେ । ରାଜେଶ କୁମାର ପାଣିଗ୍ରାହୀ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.