- ଶିଷ୍ୟଙ୍କୁ ଝୁରିଲେ ଗୁରୁ
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ କଲ୍ୟାଣପୁର ପଞ୍ଚାୟତ ନୂଆହାଟ ବିଦ୍ୟାଳୟର ଶିକ୍ଷକ ପର୍ଶୁରାମ ସାହୁଙ୍କ ଅକାଳ ବିୟୋଗରେ ତାଙ୍କ ଏକାଦଶାହରେ ଅନୁଷ୍ଠିତ ଶୋକସଭା କୋହରେ ଭିଜିଛି । ସ୍ୱର୍ଗତ ସାହୁଙ୍କ ଗୁରୁ ଚକ୍ରଧର ଓ ଜଟାଧାରୀଙ୍କ କୋହରେ ସଭା କୋହସିକ୍ତ ହୋଇଥିଲା । କଲ୍ୟାଣପୁର ହରିପୁର ଗ୍ରାମର ନିଜସ୍ୱ ବାସଭବନ ଠାରେ ଶିକ୍ଷାବିତ୍ ଚକ୍ରଧର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶୋକସଭାରେ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ସ୍ୱର୍ଗତ ସାହୁଙ୍କ ସୁଗୁଣାବଳୀର ସ୍ମୃତି ଚାରଣ କରିଛନ୍ତି । ତାଙ୍କ ଅମର ଆତ୍ମାର ସଦ୍ଗତି ପାଇଁ ପ୍ରଥମେ ଗୀତା ପାଠ ସହ ନିରବ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ଆୟୋଜିତ ସ୍ମୃତି ଚାରଣ ସଭାକୁ ଶିକ୍ଷକ ସଂଘ ସମ୍ପାଦକ ପ୍ରଶାନ୍ତ ଦାସ ଓ ଶିକ୍ଷକ ପ୍ରଦୀପ୍ତ ପ୍ରଧାନ ସଂଯୋଜନା କରିଥିଲେ । ଏଥିରେ ଶିକ୍ଷାବିତ୍ କୈଳାସ ସାହୁ, ହରିହର ସାହୁ, ଜଟାଧାରୀ ପରିଡ଼ା, ଦିଗମ୍ବର ରଥ, ମିଟୁ କିଶୋର ପ୍ରଧାନ, କଣାସର ଶିକ୍ଷକ ନାରାୟଣ ବେହେରା, ପ୍ରଧାନ ଶିକ୍ଷକ ମନୋରଞ୍ଜନ ପ୍ରଧାନ, ପବିତ୍ର ଜେନା, ସାରଥ ପ୍ରଧାନ, ସିଆର୍ସିସି କୃତିବାସ ପରିଡା, ତପନ ମଲ୍ଲିକ, ଦୟାନିଧି ମାର୍ଥା, ଅଭିମନ୍ୟୁ ପ୍ରଧାନ, ଭୂପତି ତ୍ରିପାଠୀ, ଶିକ୍ଷୟିତ୍ରୀ ଜୟକାନ୍ତି ମେଣ୍ଟା, ବିଳାସିନୀ ଆଚାର୍ଯ୍ୟ, ସୁଧାଂଶୁ ବାଳା ପ୍ରଧାନ, ମଞ୍ଜୁଲତା ଦେଇ, ସବିତା ସାହୁ, ବିନୋଦିନୀ ରାଉତ, ପାପ୍ଲିନ୍ ପ୍ରଧାନ, ଶିକ୍ଷକ ସୁଧୀର ଜେନା, ଅଭୟ ଚରଣ ସାହୁ, ଦିଲ୍ଲୀପ ନାୟକ, ଗଦାଧର ପ୍ରଧାନ, ଦେବାଶିଷ ପ୍ରଧାନ, ମଙ୍ଗୁଳି ପରିଡା, ବିଶ୍ୱ ରଞ୍ଜନ ପ୍ରଧାନ, ପ୍ରାକ୍ତନ ଶିକ୍ଷକ ଗୋପାଳ ମହାପାତ୍ର, ବୁଦ୍ଧିଜୀବୀ ତଥା କଣାସର ଶିକ୍ଷକ କାଶୀନାଥ ବେହେରାଙ୍କ ସହ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ, ଗ୍ରାମବାସୀ, ପର୍ଶୁରାମ ପ୍ରେମୀ ଉପସ୍ଥିତ ରହି ଓ ସ୍ୱର୍ଗତ ସାହୁଙ୍କ ଅମାୟିକ ବ୍ୟବହାର, ମେଳାପୀ ଗୁଣ, ମଧୁର ବଚନ, ସହଯୋଗୀ, ସହିଷ୍ଣୁ ମନୋଭାବକୁ ମନେ ପକାଇ ଶିକ୍ଷକ ସମାଜରେ ଜଣେ ଆଦର୍ଶ ଶିକ୍ଷକ ଚାଲିଗଲେ ବୋଲି କହିଥିଲେ । କଲ୍ୟାଣପୁର ଆଞ୍ଚଳିକ ସାଧନ କେନ୍ଦ୍ର ଓ ଶିକ୍ଷକ ସଂଘର ଏକ ଦଳ ଦିବଂଗତ ସାହୁଙ୍କ ପତ୍ନୀ ମନୋରମା, ପୁତ୍ର ରୁଦ୍ର ପ୍ରସାଦ, ବିଭୁ ପ୍ରସାଦଙ୍କୁ ଭେଟି ଆର୍ଥିକ ସହାୟତା ପ୍ରଦାନ କରି ସମବେଦନା ସହ ବୁଝାଇଥିଲେ । ଶିକ୍ଷକ ସୁରେନ୍ଦ୍ର ନାୟକ ଧନ୍ୟବାଦ ଦେଇଥିଲେ ।