ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଦାୟୀ କାଳୀନ ସମ୍ବର୍ଦ୍ଧନା ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ ଅବସର ଉପଲକ୍ଷେ ଅନୁଷ୍ଠିତ ହୋଇଥିଲା ଏକ ବିଦାୟୀ କାଳୀନ ସମ୍ବର୍ଦ୍ଧନା ସଭା । ସଭାରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଭାବବିହ୍ୱଳ ପରିସ୍ଥିତି ଦେଖା ଦେଇଥିଲା । ବିଜ୍ଞାନ ଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ପଟ୍ଟନାୟକଙ୍କ ସଂଯୋଜନାରେ ସମ୍ବର୍ଦ୍ଧନା ସଭାରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଫୁଲ୍ଲ କୁମାର ଅଦୁ । ସମ୍ମାନିତ ଅତିଥି ଭାବରେ ବ୍ଲକ ସହ ଶିକ୍ଷା ଅଧିକାରୀ ରାଧେଶ୍ୟାମ ମେହେର ଓ ଯୁବରାଜ ବେଶ୍ରା, ବରଗଡ଼ ଜିଲ୍ଲା ବିଜ୍ଞାନ ସୁପରଭାଇଜର ଧିରଜ ପଟ୍ଟନାୟକ, ସାମ୍ବାଦିକ ବଡ଼ ଶତପଥି, ସ୍କୁଲ କମିଟି ମେମ୍ବର ଟାଇଲ ଚନ୍ଦ୍ର ଭୋଇ, ଅନିଲ କାଳିଆ, କୁସୁମ ରାଓ ପ୍ରମୁଖ ଯୋଗଦେଇ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଡକ୍ଟର ଦ୍ୱାଦଶ କୁମାର ପ୍ରଧାନଙ୍କ ବିଦାୟୀ କାଳୀନ ସମ୍ବର୍ଦ୍ଧନାରେ ତାଙ୍କ ଶିକ୍ଷକତା ଜୀବନ କାଳରେ ମର୍ମସ୍ପର୍ଶୀ ଘଟଣା ଉପରେ ଆଲୋକପାତ କରି ଚିତ୍ତାକର୍ଷକ ବ୍ୟକ୍ତବ୍ୟ ପ୍ରଦାନ କରିଥିଲେ । ଏହି ସମ୍ବର୍ଦ୍ଧନା ସଭାରେ ବ୍ଲକ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟ ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ, ସମାଜସେବୀ, ସାମ୍ବାଦିକମାନେ ଯୋଗଦେଇ ବିଦାୟୀ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ସାମ୍ବାଦିକମାନେ ଏକ ଅଶୋକ ବୃକ୍ଷ ଅବସର ନେଉଥିବା ପ୍ରଧାନ ଶିକ୍ଷକଙ୍କୁ ପ୍ରଦାନ କରି ସ୍ମୃତି ପାଇଁ ରୋପଣ କରି ଯତ୍ନ ନେବା ପାଇଁ ପରାମର୍ଶ ଦେଇଥିଲେ । ପରିଶେଷରେ ଶିକ୍ଷୟିତ୍ରୀ ବବିତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.