ଭାଲୁମୁଣ୍ଡାରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଭାଲୁମୁଣ୍ଡା ଗ୍ରାମରେ ଓଁ ସାଇ ସନାତନ ସଂଗୀତ ବିଦ୍ୟାଳୟ ପକ୍ଷରୁ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ଜଣେ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ଥିବାବେଳେ ତାଙ୍କର ଦେହାନ୍ତ ହେବା ପରେ କଳାକାର ମହଲରେ ଶୋକର ଛାୟା ଖେଳିଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ସଭାପତି ବ୍ରଜ ସାହୁ, ଗୁରୁ ଶ୍ରୀ ସତ୍ୟଦେବ ବନଛୋର, କଣ୍ଠଶିଳ୍ପୀ ରାସବିହାରୀ ଘିଭେଲା, ଦୁର୍ଦ୍ଦକ୍ଷ ହଂସ, ଖଗେଶ୍ୱର ବାଗ, ଯୋଗେଦ୍ର ହଂସ, ଜ୍ୟୋତିକ ବିଶି ହେମଲତା ଦାଶ, ଭୀଷ୍ମ ବଘେଲ, ଧର୍ମେନ୍ଦ୍ର ଦାଶ, ପ୍ରଶାନ୍ତ ଦାସ, ଦର୍ଲଭ ପୁଟେଲ, ବାଦ୍ୟଶିଳ୍ପୀ ଢଳେନ୍ଦର ବାରିକ, କମ୍ବୁପାଣି ପୋଢ଼, ମହୀପାଳ ଷଣ୍ଢ, ପୁସ୍ତମ ପୁଞ୍ଜି, ବିପିନ ପୋଢ଼, ଉପସ୍ଥାପକ ଅଶୋକ ବାରିକଙ୍କ ସହ ଅନ୍ୟ ମାନେ ଉପସ୍ଥିତ ଥିଲେ । ଏଥିରେ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତାମାନେ ଉପସ୍ଥିତ ରହି ହ୍ୟୁମାନଙ୍କ ଆତ୍ମାର ସଦଗତି ନିମନ୍ତେ ୨ ମିନିଟ ନିରବ ପ୍ରାର୍ଥନା କରିଥିଲେ ।

Leave A Reply

Your email address will not be published.