
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଷାଠିଏ ଘର ଡୁମାଲ ସମାଜ ସହରାଞ୍ଚଳ ବଲାଙ୍ଗିର ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ସାଂଗଠନିକ ସଭା ଲାଲଟିକ୍ରା ବଲାଙ୍ଗିର ଠାରେ ସହରାଞ୍ଚଳ ବଲାଙ୍ଗିର ସଭାପତି ସଂଜୟ ମହାକୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ରୂପେ ବଲାଙ୍ଗିର ଜିଲ୍ଲା ସଭାପତି ଲମ୍ବୋଦର ମହାକୁର ଏବଂ ସମ୍ମାନିତ ଅତିଥି ରୂପେ ରାଜ୍ୟ ଯୁବ ସଭାପତି ଦୟାନିଧି ଖମାରୀ ଏବଂ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ ସଭାରେ ବଲାଙ୍ଗିର ଠାରେ ‘ଡୁମାଲ ଭବନ’ ନିର୍ମାଣ, ପରିବାର ସର୍ବେକ୍ଷଣ, ବିବାହ ପଞ୍ଜିକରଣ ଏବଂ ଯୁବ ସମାଜକୁ ନେଇ ଭବିଷ୍ୟତରେ ସମାଜର ଉନ୍ନତିମୂଳକ କାର୍ଯ୍ୟ ପାଇଁ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ । ସଭାରେ ସହରାଞ୍ଚଳର କୋଷାଧ୍ୟକ୍ଷ ଗୋପାଳ ମହାୁର, କାର୍ଯ୍ୟକାରୀ କମିଟିର ସଦସ୍ୟ ବୁଡୁ କରନ, ପଲଉ ଚାଉଲିଆ, ଦୀନବନ୍ଧୁ ଡାଙ୍ଗ, ପୀତାମ୍ବର ଖମାରୀ ଏବଂ ବିଭିନ୍ନ କେନ୍ଦ୍ରରୁ ଆସିଥିବା ସଭାପତି, ସମ୍ପାଦକ ତଥା ମାହେଶ୍ୱରୀ ସେନାର ସଦସ୍ୟବୃନ୍ଦ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଥବୀର କର୍ମୀ ସଭା ପରିଚାଳନା କରିଥିଲେ ଏବଂ ସହରାଞ୍ଚଳ ସମ୍ପାଦକ ରତିକାନ୍ତ କର୍ମୀ ଧନ୍ୟବାଦ ଅର୍ପଣ କରିଥିଲେ ।