ପାଇକମାଲରେ ଉଦଘାଟନ ହେଲା ରୁରାଲମାର୍ଟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ନାବାର୍ଡ ସହାୟତରେ ଟେମରୀମଲିଏନ କୃଷକ ଉତ୍ପାଦକ କମ୍ପାନୀ ଦ୍ୱାରା ରୁରାଲମାର୍ଟ ଶୁଭାରମ୍ଭ ହୋଇଯାଇଛି । ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ମେନେଜର ଅନନ୍ତ ନାରାୟଣ ଦାସ, ଓଡ଼ିଶା ଲିଭଲି ହୁଡ଼ ମିଶନ ଓଏଲ୍‌ଏମ୍‌ର ରୋହିଣୀ ବରିହା, ଟେମରୀମଲିଏନ କୃଷକ ଉତ୍ପାଦକ କମ୍ପାନୀର ସିଇଓ ପବିତ୍ର ଭୋଇ, ଶିକ୍ଷକ ଡୋଳାମଣି ମାହାର ଓ ଚାଷୀମାନଙ୍କ ଉପସ୍ଥିତରେ ନାବାର୍ଡ ବରଗଡ଼ର ଡି. ଡି.ଏମ୍‌ ଶ୍ରୀହଟ ବେହେରା ଫିତା କାଟି ଉଦଘାଟନ କରିଥିଲେ । ରୁରାଲମାର୍ଟରେ ଗ୍ରାମୀଣ ତଥା ଗନ୍ଧମାର୍ଦ୍ଦନ ଅଞ୍ଚଳର ଉତ୍ପାଦିତ ଦ୍ରବ୍ୟକୁ, ଚାଷୀ ମାନେ ସଠିକ ଦରଦାମରେ ବିକ୍ରି କରିପାରିବେ । ରୁରାଲମାର୍ଟର ଷ୍ଟଲରେ ହରିଡା, ବାହାଡ଼ା, ଖଲି, ପତ୍ର, ମହୁ, ଦେଶୀ ଚାଉଳ, ବଡି, ପାମ୍ପଡ଼, ମୁଗ, ବିରି, ଗାଁରେ ମିଳୁଥିବା ପନିପରିବା, ମିଲେଟ ମିଶନ ଓ ପମ୍ପରା ଗତକୃଷି ବିକାଶ ଯୋଜନାରେ ଚାଷ କରାଯାଉଥିବା ଜିନିଷ ପତ୍ର ଠିକ ଦରରେ ବିକ୍ରି କରିବା ପାଇଁ ନାବାର୍ଡ ସହାୟତା କରିଛି । ଅହିଂସା କ୍ଲବ ଯୋଗାଯୋଗରେ ଆରମ୍ଭ କରାଯାଇଥିବା ଏହି କାର୍ଯ୍ୟଟି ଚାଷୀ ଠାରୁ ସିଧାସଳଖ ଗ୍ରାହକ ମାନେ ସେବା ପାଇପାରିବେ । ଅହିଂସା କ୍ଲବ ସମ୍ପାଦକ ଶିବ ପ୍ରସାଦ ସାହୁ କାର୍ଯ୍ୟ ସମ୍ପାଦନା କରିଥିବା ବେଳେ ଟେମରୀମାଲିଏନ କୃଷକ ଉତ୍ପାଦକ କମ୍ପାନୀର ସିଇଓ ପବିତ୍ର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.