ଶ୍ରୀମନ୍ଦିରର ସମସ୍ତ ଦ୍ୱାର ହେବ ରୂପା ଛାଉଣୀ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଶ୍ରୀମନ୍ଦିରର ସମସ୍ତ ଦ୍ୱାର ହେବ ରୂପା ଛାଉଣୀ । ପ୍ରସ୍ତାବିତ ଏହି କାମ ଆସନ୍ତା ୧୦ ତାରିଖ ମଧ୍ୟରେ ଶେଷ ହେବ ବୋଲି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି । ମହାପ୍ରଭୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ଥିବାରୁ କଳାହାଟ ଦ୍ୱାରର ରୂପା ଛାଉଣୀ କାମ ଏହି ସମୟ ଅବଧି ମଧ୍ୟରେ ଶେଷ କରାଯିବ ।

ସେହିପରି ଶ୍ରୀମନ୍ଦିର ଗର୍ଭଗୃହ ମରାମତି କାର୍ଯ୍ୟ ଏଏସଆଇ ପକ୍ଷରୁ ମଧ୍ୟ ଶେଷ କରାଯାଉଛି । ଆସନ୍ତା ୧୨ରେ ନିଳାଦ୍ରୀ ବିଜେ ପୂର୍ବରୁ ଗର୍ଭଗୃହର ବିଭିନ୍ନ ଅଂଶକୁ ସଫା କରାଯିବା ସହ ରାସାୟନିକ ପ୍ରଲେପ ଦିଆଯାଇଛି । ରୋଷ ଶାଳାର ନଷ୍ଟ ହୋଇଥିବା ପଥର ଗୁଡିକୁ ଖଣ୍ଡଲାଇଟ ପଥର ଦ୍ବାରା ବଦଳାଇବା କାର୍ଯ୍ୟ ମଧ୍ୟ କରାଯାଉଥିବା କହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ।‌

Leave A Reply

Your email address will not be published.