jayashree

ଛତ୍ରପୁର ବ୍ଲକସ୍ତରୀୟ ମେଗା ସମନ୍ୱୟ ଋଣ ମେଳା -୨୦୨୧

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଛତ୍ରପୁରଠାରେ ବ୍ଲକ ସ୍ତରୀୟ ମେଗା ସମନ୍ୱୟ ଋଣ ମେଳା ଆୟୋଜନ କରାଯାଇ ୫୪୫ ଗୋଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ୧୯ ଗୋଟି ବ୍ୟାଙ୍କ ଶାଖା ମାଧ୍ୟମରେ ୧୨ କୋଟି ୭୫ ଲକ୍ଷ ୮୦ ହଜାର ଟଙ୍କାର ଋଣ ଅନୁଦାନ ବାବଦରେ ଚେକ ପ୍ରଦାନ କରାଯାଇଛି ବୋଲି ଛତ୍ରପୁର ବ୍ଲକ୍ ସଂଯୋଜିକା ଶ୍ରୀମତୀ ମାନିନୀ ଜେନା ସୂଚାଇଛନ୍ତି । ଏହି ସହାୟତା ଅନୁଦାନ କୌଣସି ଏକ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଅଥବା କୁଟୀରଶିଳ୍ପ, ଯାନ୍ତ୍ରିକ ଶିଳ୍ପ କରି ଏଥିରେ ମହିଳା ଆତ୍ମ ସହାୟକ ଗୋଷ୍ଠୀ ଆତ୍ମନିର୍ଭରଶୀଳ ହୋଇ ପାରିବେ ଏବଂ ସହଜରେ ଋଣ ସୁଝି ପୁନଃ ଅନ୍ୟ ଏକ ନୂତନ ବଡ଼ ଉଦ୍ୟୋଗ କରି ପରିବର୍ତ୍ତିତ ଉଦ୍ୟୋଗ କରି ପାରିବେ । ଏହାଦ୍ୱାରା ପ୍ରତ୍ୟେକ ପରିବାରର ଗୁଜୁରାଣ ମେଣ୍ଟିବା ସାଂଗକୁ ନିଜ ପରିବାରର ଉଜ୍ୱଳ ଭବିଷ୍ୟତ ଗଠନ ଦିଗରେ ନିଜେ ସହାୟକ ହୋଇପାରିବା ନିମନ୍ତେ ଉକ୍ତ ମେଳାର ଆୟୋଜନ କରିବା ଲକ୍ଷ୍ୟ ନେଇ ପ୍ରଶାସନ ଆୟୋଜନ କରି ଆସୁଛି । ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଗଞ୍ଜାମ ଜିଲ୍ଲା ଗ୍ରାମ୍ୟଉନ୍ନୟନ ସଂସ୍ଥାର ପକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ, ବ୍ଲକ ଅଧ୍ୟକ୍ଷ ଏମ୍.ଧନଞ୍ଜୟ ରେଡ୍ଡୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅମ୍ବିକା ପ୍ରସାଦ ଦାଶ, ମିଶନ ଶକ୍ତି ଜିଲ୍ଲା ସଂଯୋଜକ ଶାଶ୍ୱତ କୁମାର ସାହୁ, ସିଡିପିଓ କ୍ରିଷ୍ଣା କୁମାରି ନନ୍ଦ ଏବଂ ଋଣ ପ୍ରଦାନ କରିଥିବା ବ୍ୟାଙ୍କ ଶାଖା ପରିଚାଳକ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମୁଖ୍ୟମାନେ ଉପସ୍ଥିତ ଥିଲେ । ମହିଳା ମାନଙ୍କର ଆତ୍ମ ସହାୟକ ଜୀବନ କିପରି ଉଜ୍ୱଳମୟ ହୋଇ ଉଠିବ ସେ ଦିଗରେ ଏହି ସେମିନାରରେ ମହିଳା ମାନଙ୍କୁ ସଚେତନତା କରାଯାଇଥିଲା ।

Leave A Reply

Your email address will not be published.